ଚାଷ କାମ ବେଳେ ବଜ୍ରପାତ, ଜଣେ ମୃତ
କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା ତୁରେଇକେଲା ନାଥା ଅଞ୍ଚଳରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତୁରଇକେଲା ଥାନା କାଦୋବେଡା ଗାଁର ପତି ଝାଙ୍କର ।
ଆଜି ସେ ନିଜ ଚାଷ ଜମିକୁ କପା ଚାଷ କରିବାକୁ ଯାଇଥିଲେ। ଜଙ୍ଗଲ ପାଖ ବିଲରେ କାମ କରୁଥିବା ବେଳେ ହଠାତ୍ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ବର୍ଷିବା ସହିତ ଘଡ଼ଘଡ଼ି ମାରିଥିଲା। ଫଳରେ ସେ ଚେତା ହରାଇ ଚାଷ ଜମିରେ ପଡ଼ିଯାଇଥିଲେ ପତି। ଅନ୍ୟପକ୍ଷରେ ପତି ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ଗାଁ ପାଖ ଜଙ୍ଗଲ ବିଲକୁ ଖୋଜିବାକୁ ଯାଇଥିଲେ। ସେତେବେଳେ ପତି ବିଲ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରେକେଲା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
