୧ କେଜି ୮୦୦ ଗ୍ରାମର ଅଫିମ ସହ ଜଣେ ଗିରଫ
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ହାତରେ ଲାଗିଲା ଦେଢ଼ କିଲୋରୁ ଉର୍ଦ୍ଧ ଅଫିମ । ଚୋରା ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଆସ୍କା ରୋଡ଼ ସ୍ଥିତ ଶ୍ରୀରାମ ନଗର ଏକ ଘରେ ଚଢ଼ାଉ ବେଳେ ୧ କେଜି ୮୦୦ ଗ୍ରାମର ଅଫିମ ସହ ଜଣେ ଯୁବକକୁ ଗିରଫ ।ସେ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଶରତ କୁମାର ସାବତ । ବ୍ରହ୍ମପୁରରେ ଏକ ଭଡ଼ା ଘରେ ରହି ଏହି ବ୍ୟବସାୟ କରୁଥିବାବେଳେ ସେ ଏହି ଅଫିମ କେଉଁଠାକୁ ଚାଲାଣ ହେଉଥିଲା ଓ ଏଥିରେ କିଏ କିଏ ସଂଶ୍ଳିଷ୍ଟ ଅଛି ସେ ନେଇ ଅଧିକ ତଦନ୍ତ କରୁଥିବା କହିଛନ୍ତି ଡେପୁଟି କମିଶନର ଅଶୋକ କୁମାର ଶତପଥୀ । ଏହି ଅଫିମ ର ମୂଲ୍ୟ ଆନୁମାନିକ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
