ଦେଶୀ ମଦ ସହ ଜଣେ ଗିରଫ
ନୀଳଗିରି : ନୀଳଗିରି ଅବକାରୀ ବିଭାଗ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମଦ ଜବତ କରିଥିବା ବେଳେ ଜଣେ ଗିରଫ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ସଜନାଗଡ଼ ବନ୍ଧ ସାହି ଠାରେ ୨୦୦୦ କି.ଗ୍ରା. ପୋଚ, ୧୦୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଘାଟଘରସାହି ଗ୍ରାମର ଭରତ ପାତ୍ର (୪୫) ଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଭରତ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
