ଦେଢ ବର୍ଷର ପୁଅକୁ ଧରି ଦେହରେ ନିଆଁ ଲଗାଇଲେ ମା’ : ମା ମୃତ, ପୁଅ ଗୁରୁତର
ଜଗତସିଂହପୁର : ଜାଆଙ୍କ ସ୍ନେହ ପଡିଲା ମହଙ୍ଗା। ଦେଢ ବର୍ଷର ପୁଅକୁ ଧରି ଦେହରେ ନିଆଁ ଲଗାଇଲେ ମା’ । ଏଥିରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଯେ, ଜଗତସିଂହପୁର ଜିଲା ନାଉଗାଁ ଥାନା ତେଣ୍ଟଇ ଗାଁର ଲିପିକା ସେଠୀଙ୍କ ପୁଅକୁ ତାଙ୍କ ଜାଆ ସ୍ନେହ ଶ୍ରଦ୍ଧା କରିବାରୁ ରାଗିଗଲେ ମା’ । ରାଗରେ ଦେଢ ବର୍ଷର ପୁଅକୁ ଧରି ନିଜ ଦେହରେ କିରୋସିନି ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ ଲିପିକା । ଦୁର୍ଘଟଣାରେ ମା’ ଲିପିକାଙ୍କ ନାଉଗାଁ ମେଡିକାଲରେ ମୃତ୍ୟୁ ହୋଇଛି । ପୁଅ ଗଣେଶ ସେଠୀଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତ ଲିପିକାଙ୍କ ଗାଁରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
