ପୁଣି ଇଡି ଅଫିସ୍ରେ ହାଜର ହେଲେ ରାହୁଲ୍, ବାରିକେଡ୍ ଡେଇଁ ଧସେଇ ପଶିଲେ କଂଗ୍ରେସ କର୍ମୀ
ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ମାମଲାରେ ରାହୁଲ୍ ଗାନ୍ଧୀ ଆଜି ପୁଣି ଥରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଫିସ୍ରେ ପହଞ୍ଚି ସାରିଛନ୍ତି। ଇଡି ଅଫିସ୍କୁ ରାହୁଲ ଯିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହା ମଧ୍ୟରେ କିଛି କଂଗ୍ରେସ କର୍ମୀ ପୁଲିସ୍ ବାରିକେଡ୍ ଡେଇଁ ଧସେଇ ପଶିଥିଲେ। ପୁଲିସ୍ କିଛି କଂଗ୍ରେସ ନେତାମାନଙ୍କୁ ଅଟକ ରଖିଛି। ସେହି ନେତାମାନଙ୍କ ମଧ୍ୟରେ କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ବି ଅଛନ୍ତି।
Various Congress workers detained by Delhi Police as they protest over the ED probe against party leader Rahul Gandhi in the National Herald case pic.twitter.com/CX1S9i1rdh
— ANI (@ANI) June 14, 2022
ସୂଚନା ଯେ, ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ମାମଲାରେ ଗତକାଲି ରାହୁଲ୍ ଗାନ୍ଧୀଙ୍କୁ ଜେରା ହୋଇଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟର ୨ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲ୍ଙ୍କ ବୟାନ ରେକର୍ଡ କରିଥିଲେ। ‘ପିଏମ୍ଏଲ୍ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଜଣେ ସହକାରୀ ନିର୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଜଣେ ଉପ ନିର୍ଦେଶକ ପଚରାଉଚରାର ତତ୍ତ୍ବାବଧାନ କରିଥିଲେ ଓ ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍ କରିଥିଲେ। ଇଡି ଦୀର୍ଘ ୧୦ ଘଣ୍ଟା ଧରି ଜେରା କରିବା ପରେ ବି କିଛି ପ୍ରଶ୍ନର ଉତ୍ତର ମିଳି ପାରିନଥିବାରୁ ଇଡି ଆଜି ଦ୍ବିତୀୟ ଥର ପାଇଁ ରାହୁଲଙ୍କୁ ଜେରା କରିବ।
