ଏହି ଦିନ ସିଂହ ରାଶିକୁ ଓଲଟା ଚଳନ କରିବେ ବୁଧ, ୩ ରାଶିଙ୍କ ଲାଗି ବଢିବ ଅଡୁଆ!
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ । ଗ୍ରହମାନଙ୍କର ଓଲଟା ଚଳନ ଦ୍ବାରା ମଧ୍ୟ ରାଶି ଗୁଡିକ ଉପରେ ଏହାର ପ୍ରଭାବ ପଡ଼ିବ । ଯେତେବେଳେ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଓଲଟା ଚଳନ କରନ୍ତି ଏହାକୁ ଗ୍ରହଙ୍କ ଓଲଟା ଚଳନ କୁହାଯାଏ । ଅଗଷ୍ଟ ମାସରେ ବୁଧ ରାଶି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖ ଦିନ ବୁଧ କର୍କଟ ରାଶିକୁ ଓଲଟା ଚଳନ କରିବାକୁ ଯାଉଛନ୍ତି । ସେପ୍ଟେମ୍ବର ମାସ ୧୬ ତାରିଖ ପର୍ଯ୍ୟନ୍ତ ବୁଧ ଏପରି ସ୍ଥିତିରେ ରହିବେ । ଗ୍ରହମାନଙ୍କ ରାଜକୁମାର କୁହାଯାଉଥିବା ବୁଧଙ୍କୁ ବୁଦ୍ଧି, ବକ୍ତବ୍ୟ, ବ୍ୟବସାୟ ଇତ୍ୟାଦିର କାରକ ଭାବେ ବିବେଚନା କରାଯାଏ । ବୁଧଙ୍କ ଏହି ଓଲଟା ଚଳନ କେଉଁ ରାଶିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।
ମେଷ ରାଶି : ଗ୍ରହଙ୍କ ରାଜକୁମାର ବୁଧଙ୍କ ଓଲଟା ଚଳନ ହେତୁ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ଅବଧି ମଧ୍ଯରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ମେଷ ରାଶିର ଏକାଦଶ ଘରେ ବୁଧଙ୍କ ଓଲଟା ଚଳନ ହେତୁ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ । କାଗଜପତ୍ର ସହିତ ସମସ୍ୟା ସୃଷ୍ଟି ହେବ । ପାରିପାରିକ ସମସ୍ୟା ଦେଖା ଦେଇପାରେ । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ।
ବୃଷ ରାଶି : ବୁଧଙ୍କ ଓଲଟା ଚଳନ ଯୋଗୁଁ ଆର୍ଥିକ୍ ସମସ୍ୟା ଦେଖାଦେବ । ପରିବାର ସଦସ୍ୟଙ୍କ ସହ ବିବାଦ ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଲାଗି ଚିନ୍ତିତ ରହିବେ। କର୍ମ କ୍ଷେତ୍ରେରେ ବିବାଦ ଦେଖାଦେଇପାରେ । ଦାମ୍ପତ୍ତ ଜୀବନରେ ବିଭ୍ରାଟ ଦେଖା ଦେଇପାରେ । କୋର୍ଟ କଚେରୀ ମାମଲାରେ ଶତ୍ରୁ ବାଜି ମାରିନେବେ । ଚିନ୍ତା ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।
ସିଂହ ରାଶି : ସିଂହ ରାଶିକୁ ବୁଧଙ୍କ ଓଲଟା ଚଳନ ଯୋଗୁଁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ୍ କ୍ଷତିର ସମ୍ମୁଖୀନ ହେବାକୁ ପଡି଼ବ । ସାଙ୍ଗ ଓ ପରିବାର ସହ ସମ୍ପର୍କ ଖରାପ ହୋଇପାରେ । ଖର୍ଚ୍ଚ ବଢିବା ସହ କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ଏହି ସମୟରେ ନୂତନ ନିବେଶରୁ ନିବୃତ୍ତ ରହୁନ୍ତୁ । ଯାତ୍ରା କରିବା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ ।
