ପଂଚମ ଦିନ କୁର୍ମୀ ସମୁଦାୟ ଆନ୍ଦୋଳନରୁ ଓହରିଲେ
ପୁରୁଲିୟା : ଆଦିବାସୀ କୁର୍ମୀ ସମୁଦାୟ ପ୍ରଶାସନ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି । ପାଂଚଦିନ ପରେ ଅବରୋଧ ହଟାଯାଇଛି । ଗତ ଦୁଇଦିନ ହେଲା ପ୍ରଶାସନ ବାରମ୍ବାର ପ୍ରଦର୍ଶନକାରୀଙ୍କ ଉପରେ ଚାପ ପକାଇଥିଲେ । ରବିବାର ସକାଳେ ହୋଇଥିବା ବୈଠକରେ ପ୍ରଶାସନ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲା ଯଦି ଅବରୋଧ ହଟାନଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ । ଏହାପରେ ସେହି ବୈଠକରେ କୁର୍ମୀ ସମୁଦାୟ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଥିଲା । ତେବେ ଏହାର କିଛି ସମୟ ପରେ ସେମାନଙ୍କ ମନ ବଦଳିଥିଲା ଏବଂ ଆନ୍ଦୋଳନକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଉତ୍ସବ ଋତୁରେ ଟ୍ରେନ୍ –ଏନ୍ଏଚ୍କୁ ବାରମ୍ବାର ଅବରୁଦ୍ଧ କରି ଆନ୍ଦୋଳନକାରୀ ମାନେ ଅଲୋକପ୍ରିୟ ହେଉଥିବା କାରଣରୁ ସେମାନେ ଏଭଳି ନିଷ୍ପତି ନେଇଥିବା ଅନୁମାନ କରା ଯାଉଛିା ଏହାସହ ପ୍ରଶାସନର ମଧ୍ୟ ଚାପ ଥିଲା ।
