ଆସନ୍ତା ୪ ଓ ୫ ତାରିଖ ଦକ୍ଷିଣକାଳୀଙ୍କ ପୀଠରେ ୧୪୪
ପୁରୀ : ଆସନ୍ତା ୪ ଓ ୫ ତାରିଖ କାଳୀପୂଜା ଅବସରରେ ପୁରୀ ଜିଲ୍ଲାର ବୀରଗୋବିନ୍ଦପୁର ସ୍ଥିତ ପ୍ରସିଦ୍ଧ ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା ଜାରୀ କରାଯିବ । କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ମାତ୍ର ବିଗତ ବର୍ଷ ଭଳି ବିଧି ମୁତାବକ ମାଙ୍କ ସମସ୍ତ ନୀତିକାନ୍ତି ସମାପନ ହେବ । କଟକଣା ଅବଧି ସମୟରେ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରବେଶ ଅନୁମତି ମିଳିବ ସେ କହିଛନ୍ତି ।
