ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ ସହିତ ନିଯୁକ୍ତି ଦାବୀରେ କ୍ରିର୍ଯାନୁଷ୍ଠାନ କମିଟି ପକ୍ଷରୁ
ବାଲିଆପାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ।
ବାଲିଆପାଳ : ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପନ ସହିତ ନିଯୁକ୍ତି ଦାବୀରେ ବନ୍ଦର କ୍ରିର୍ଯାନୁଷ୍ଠାନ କମିଟି ପକ୍ଷରୁ ସୋମବାର ବାଲିଆପାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କରିବା ପାଇଁ ରାଜ୍ୟସରକାର ଘରୋଇ ସଂସ୍ଥା ସୁବର୍ଣ୍ଣରେଖା ବନ୍ଦର ପ୍ରା ଲିମିଟେଡ଼ ସହ ଚୁକ୍ତି ସ୍ଵାକ୍ଷର କରିଛନ୍ତି।ବନ୍ଦର ପାଇଁ ପାଞ୍ଚ ହଜାର କୋଟି ବିନିଯୋଗରେ ଦଶ ବର୍ଥ ବିଶିଷ୍ଟ ବନ୍ଦରହେବ।ବାଲେଶ୍ୱର ଜିଲ୍ଲାର ବିକାଶ ହେବ।ସ୍ବପ୍ନର ସୁବର୍ଣ୍ଣରେଖା ଶିଳ୍ପଭିତିକ ବନ୍ଦର ନିର୍ମାଣ ପାଇଁ ବାଲେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମସିହା ରେ ଶିଳାନ୍ୟାସ କରିଥିଲେ l ଅଦ୍ୟାବଧି ୪ ବର୍ଷ ବିତିଯାଇଥିଲେ ହେଁ ବନ୍ଦର କାର୍ଯ୍ୟ କେବଳ ୬୯୨ଏକର ଜମି ଅଧିଗ୍ରହଣରେ ସୀମିତ ହୋଇ ରହିଛି l ବାଲେଶ୍ୱର ଜିଲ୍ଲାର ଆର୍ଥିକ ପ୍ରଗତି, ଅର୍ଥନୈତିକ ଅବିବୃଦ୍ଧି,ପ୍ରତକ୍ଷ ବା ପରୋକ୍ଷରେ ୨୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ରେଳ ପଥ, ଜାତୀୟ ଦ୍ରୁତ ରାଜମାର୍ଗ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ,ଡଗରା ପର୍ଯ୍ୟଟନ ବିକାଶ ହୋଇ ବାଲେଶ୍ୱରର ନାମ ବିଶ୍ଵଦରବାରରେ ଏକ ଆର୍ଥିକ ଓ ବ୍ୟବସାୟୀ କ ରାଜାଧାନୀ ରୂପରେ ପରିଗଣିତ ହୋଇ ଲିପିବଦ୍ଧ ହୋଇ ରହିବବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଭାଷାଣରେ କହିଥିଲେ l ଇତିମଧ୍ୟରେ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ୬୦୦ ରୁ ଉର୍ଦ୍ଧ ବିସ୍ଥାପିତ ପିଲା ମାନଙ୍କୁ ଟାଟା କମ୍ପାନୀ ପକ୍ଷରୁ ଜାମସେଦପୁର ଠାରେ ପ୍ରଶିକ୍ଷଣ ଦିଆଯାଇଛି ପରେ ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ପିଲାମାନଙ୍କୁ ମଧ୍ୟ କମ୍ପାନୀ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ବନ୍ଦର ପକ୍ଷରୁ ଘୋଷଣା କରାଯାଇଛି ।ବନ୍ଦର ନିର୍ମାଣ ସ୍ଥଳରେ କାହାରି ବ୍ୟକ୍ତିଗତ ଜାଗା ନଥିବା ବେଳେ ସମସ୍ତ ଜାଗା ସରକାରଙ୍କର ।ମାତ୍ର ସରକାରୀ ଜାଗାକୁ ଆବଦ୍ଧ କରିରହିଥିବା ପରିବାର ଉଦବାସ୍ତୁ ହେବେବୋଲି କିଛି ମୁଷ୍ଟିମେୟ ବ୍ୟକ୍ତିବିଶେଷ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି l ତେବେ ବନ୍ଦର କାର୍ଯ୍ୟକୁ ବିରୋଧ କରୁଥିବା ଅଳ୍ପ ସଂଖ୍ୟକ ଲୋକେ କିଛି ବିକାଶ ବିରୋଧୀ ନିଯୁକ୍ତି ବିରୋଧୀ ନେତାଙ୍କ ମିଥ୍ୟା ପ୍ରରୋଚନାରେ ପଡି ଏ ସମ୍ପର୍କରେ କିଛି ନବୁଝି ବିରୋଧ କରୁଛନ୍ତି l ଏବେ ସୁବର୍ଣ୍ଣରେଖା ବନ୍ଦରକୁ ନେଇ ବାଲେଶ୍ୱର ବାଲିଆପାଳ ବାସୀ ଯେଉଁ ବିକାଶର ସ୍ବପ୍ନ ଦେଖିଥିଲେ ତାହା ଏବେ କାର୍ଯ୍ୟରେ ଶିଥିଳତା ହେତୁ ବାସ୍ତବ ରୂପ ନେବାରେ ବିଳମ୍ବ ହେଉଛି ଲିମା ଇତିମଧ୍ୟରେ ପଡୋଶୀ ପଶ୍ଚିମ ବଙ୍ଗର ତାଜପୁର ଠାରେ ଅଦାନୀ ପୋର୍ଟ କମ୍ପାନୀ ପକ୍ଷରୁ ୨୫ହଜାର କୋଟି ପୁଞ୍ଜି ବିନିଯୋଗରେ ଏକ ବୃହତ ବନ୍ଦର ନିର୍ମାଣ ପ୍ରକ୍ରିୟା ଚାଲିଛି l ତେଣୁ ଏହି ବହୁପ୍ରତିକ୍ଷୀତ ବନ୍ଦରର ନିର୍ମାଣ କାର୍ଯ୍ୟର ଶୀଘ୍ର ସମାପନ ଓ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବନ୍ଦର ପକ୍ଷରୁ ତୁରନ୍ତ ଦକ୍ଷତା ପ୍ରଶିକ୍ଷଣ ସହ ନିଯୁକ୍ତି ଦାବୀରେ ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି ପାଖ୍ୟରୁ ବାଲିଆପାଳ, ଭୋଗରାଇ, ବସ୍ତା ତହସିଲଦାରଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ମାନ ଅନୁଷ୍ଠିତ କରାଯାଇଛି l ଆଦ୍ୟାବଧି ବନ୍ଦର କାମ କଛପ ଗତିରେ ଚାଲୁଥିବାରୁ ଓ ସ୍ଥାନୀୟ ବେରୋଜଗାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତିର ସୁଯୋଗ ମିଳୁନଥିବାରୁ ପୁନର୍ବାର ବାଲେଶ୍ୱର ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସଭାପତି ବିଧାନ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ତହସିଲ ଘେରାଓ କରାଯାଇଛି। ସୋମବାର ବାଲିଆପାଳ ବ୍ଲକ ଛକ ଠାରୁ ବନ୍ଦର ସପକ୍ଷବାଦୀମାନେ ଶୋଭାଯାତ୍ରାରେ ବାହାରି ବାଲିଆପାଳ ତହସିଲ କାର୍ଯ୍ୟାଳୟ ଠାରେ ପହଁଛି ବିକ୍ଷୋଭ କରିବା ସହିତ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ଦକ୍ଷତା ପଶିକ୍ଷଣ ନିମନ୍ତେ ଦରଖାସ୍ତ ସହିତ ଏକ ସ୍ମାରକପତ୍ର ତହସିଲଦାର ଦୀପକ କୁମାର ଦାସଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।ଯଦି କୌଣସି ସୁଫଳ ନମିଳେ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ନିଷ୍ପତି ହୋଇଥିବା ଆନ୍ଦୋଳନରତ ନାରାୟଣ ଜେନା, ସୌମ୍ୟ ରଞ୍ଜନ ବେହେରା, କମଳାକାନ୍ତ ଜେନା, ଗାୟତ୍ରୀ ଜେନା, ଶସ୍ମିତା ଜେନା,ଅଜିତ ସାହୁ, ବିକାଶ ନାୟକ, ଲିପୁ ଗିରି, ଗୀତିଶ୍ରୀ ଜେନା, ଝାଡ଼େଶ୍ୱର ବେହେରା, ଇତିଶ୍ରୀ ଜେନା,ନିହାରୀକା ଜେନା,ସୁକାନ୍ତ ଭୂୟାଁ ପ୍ରମୁଖ ବହୁ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।
