ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନବବର୍ଷର ବନ୍ଧୁମିଳନ ଓ ଡା. ହରିଶ୍ଚନ୍ଦ୍ର ଜେନାଙ୍କ ଜୟନ୍ତୀ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ସହର ଏଡ଼ିଏମ୍ ଛକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ମାର୍ଗ ସ୍ଥିତ ସ୍ୱର୍ଗତ ଡା. ହରିଶ୍ଚନ୍ଦ୍ର ଜେନାଙ୍କ ବାସଭବନରେ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୂଆବର୍ଷର ପୂର୍ବାହ୍ନରେ ବନ୍ଧୁମିଳନ ଓ କମିଟିର ପ୍ରାକ୍ତନ ସଭାପତି ସ୍ୱର୍ଗତ ଡା. ଜେନାଙ୍କ ୮୯ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
କ୍ରିୟାନୁଷ୍ଠାନ କମିଟିର ନବନିର୍ବାଚିତ ସଭାପତି ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ୱର୍ଗତ ଜେନା ଓ ତାଙ୍କ ସହଧର୍ମିଣୀଙ୍କ ଅବୟବରେ ଓ ଫଟୋଚିତ୍ରରେ ଉପସ୍ଥିତମାନେ ପୁଷ୍ପ ପ୍ରଦାନ କରିଥିଲେ । କମିଟି ପକ୍ଷରୁ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ଶମ୍ଭୁନାଥ ମହାନ୍ତିଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶରତ କୁମାର ମହାପାତ୍ର, ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଭାକର ସାହୁ, ରାଜକିଶୋର ଲେଙ୍କା, ଅକ୍ଷୟ କୁମାର ତ୍ରିପାଠୀ, ଶରତ ଚନ୍ଦ୍ର ଦଳାଇ, ନିରଞ୍ଜନ ରାଉତ, କୁମୁଦ ରଞ୍ଜନ ଗିରି, ଶଚୀନ୍ଦ୍ର ଦାସ, ଇଂ. ଡ. ହୃଷିକେଶ ସାହୁ, ଇଂ. ବନମାଳୀ ନାୟକ, ସୀତାରାମ ପ୍ରଧାନ, ସୁପର ପେଟ୍ରୋନ୍ ସଭ୍ୟ ପୀତାମ୍ବର ପ୍ରଧାନ, ଲକ୍ଷ୍ମୀପ୍ରିୟା ଜେନା, ଶ୍ୟାମସୁନ୍ଦର ଜେନା, ମାତୃଦତ୍ତ ଦାସ, ପ୍ରଫୁଲ୍ଲ କୁମାର ଦାସ, ଡ. କେଶବ ଚରଣ ପଣ୍ଡା, ଅନୀଲ୍ ପଟ୍ଟନାୟକ ଓ ଡା. ସମାପିକା ପରିଡ଼ା ପ୍ରମୁଖ ସ୍ୱର୍ଗତ ଡା. ଜେନାଙ୍କ ବହୁମୁଖୀ ପ୍ରତିଭା ଓ ଜନକଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପରେ ବାଲେଶ୍ୱରବାସୀଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇପାରିଲେ ତାହା ସ୍ୱର୍ଗତ ଜେନାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କମିଟିର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ମତବ୍ୟକ୍ତ କରିଥିଲେ । କମିଟି ପକ୍ଷରୁ ଗୌରାଙ୍ଗ ପାଣିଗ୍ରାହୀ ଉପସ୍ଥିତ ସଦସ୍ୟମାନଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଯୋଗେନ୍ଦ୍ର ମାହାର୍ଣ୍ଣା, ଶଶାଙ୍କ ଶେଖର ଦତ୍ତ, ଯୋଗେଶ ଚନ୍ଦ୍ର ପ୍ରଧାନ, ଯଶୋଦା ନନ୍ଦନ ଆଶ, ରମେଶ ଚନ୍ଦ୍ର ଜେନା ଓ ଯତୀନ୍ ପାତ୍ର ପ୍ରମୁଖ ସହାୟତା କରିଥିବାବେଳେ ସରସ୍ୱତୀ ପଣ୍ଡା ଧନ୍ୟବାଦ ଦେଇଥିଲେ ।
