ମୟୂରଭଞ୍ଜ ସିନିୟର ସିଟିଜେନ ଫରୋମ ପକ୍ଷରୁ ଦାବୀପତ୍ର ଜିଲ୍ଲାରେ ଶିଳ୍ପ ଓ ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅନୁରୋଧ
ବାରିପଦା : ମୟୂରଭଞ୍ଜ ସିନିୟର ସିଟିଜେନ ଫରୋମ ପକ୍ଷରୁ ଫରୋମର ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଙ୍କୁ ଜିଲ୍ଲାରେ ବୃହତ ଶିଳ୍ପ ପ୍ରତିଷ୍ଠା ଓ ରେଳ ବିକାଶ ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିବାର ଜଣାଯାଇଛି । ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ବୃହତ, କ୍ଷ୍ୟୁଦ୍ର ମଧ୍ୟମ ଏବଂ କୁଟିର ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ପ୍ରଦାନ କରିବା, ବାରିପଦା ପୁରି ରେଳକୁ ଦୈନିକ ଚଳାଚଳ କରାଇବା ସହ ସିନିୟର ସିଟିଜେନ ରିହାତି ପ୍ରଦାନ କରାଯିବା, ବାରିପଦାରେ ଥିବା ଗୋପବନ୍ଧୁ ଭବନର ଉନ୍ନତି କରଣ ଆଦି ଦାବୀ କରାଯାଇଥିବା ବେଳେ, ରାଇରଂଗପୁର ଠାରେ ରୁଙ୍ଗଟା ପକ୍ଷରୁ ବୃହତଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏବଂ ଗୋପବନ୍ଧୁ ଭବନର ଜମୀ ମାମଲା ଉଚ୍ଚ ନ୍ୟାୟାଳୟ ଦ୍ୱାରା ସମାଧାନ ହୋଇଥିବାରୁ ଖୁବଶୀଘ୍ର ପୌରପାଳିକା ପକ୍ଷରୁ ଏହାର ଉନ୍ନତି କରଣ କାମ କରାଯିବା ଏବଂ ଅନ୍ୟାନ୍ୟ ଦାବୀ ଗୁଡିକ ବିଷୟରେ ଜିଲ୍ଲାପାଳ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସୁପାରିଶ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ଅନ୍ୟ ମାନଙ୍କ ମଧ୍ୟରେ ଡ. ସୁଶାନ୍ତ କୁମାର ପାତ୍ର, ରମାକାନ୍ତ ମହାନ୍ତି, ବାସନ୍ତି ଲତା ମହାପାତ୍ର, କୈବଲ୍ୟ ମହାପାତ୍ର, କୁମାର ରଂଜନ ପଣ୍ଡା, ରଘୁନାଥ ପଣ୍ଡା, ମୁରଲି ଧର ପାତ୍ର ପ୍ରମୁଖ ସଦଶ୍ୟ ସାମିଲ ଥିଲେ ।
