ସିଡିପିଓ଼ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଧାରଣା ଓ଼ ପ୍ରତିବାଦ ୧୪ ଦିନରେ, ଛତୁଆ ବଣ୍ଟନ ବାଧାପ୍ରାପ୍ତ
ଭବାନୀପାଟଣା : ଆଜି ଅଲ ଓଡିଶା ଅଙ୍ଗନୱାଡି ସଂଘ ର କାର୍ଯ୍ୟ ବନ୍ଦ ଆନ୍ଦୋଳନ୧୪ ଦିନରେ ପହଁଚିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ କର୍ଣ୍ଣପାତ କରିନାହାନ୍ତି । ପ୍ରତି ଜିଲ୍ଲାରେ ସିଡିପିଓ଼ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ମାନେ ନାରାବାଜି ଓ଼ ପ୍ରତିବାଦ ଆନ୍ଦୋଳନ କରୁଛନ୍ତି । ବିଭାଗୀୟ ଅଧିକାରୀ ମାନେ ଅସହଯୋଗ କରୁଥିବା ପ୍ରକାଶ । ଆନ୍ଦୋଳନ କରୁଥିବା ବେଳେ ସି ଡି ପି ଓ଼, ସୁପର ଭାଇଜର ମାନେ ଛତୁଆ ବଣ୍ଟନରେ ନିୟୋଜିତ ହେଲେ ମଧ୍ୟ ହଟହଟାର ଶିକାର ହେବାକୁ ପଡୁଛି । ଅଙ୍ଗନୱାଡି କର୍ମୀଙ୍କ ଆଠ ଗୋଟି ଦାବି ମଧ୍ୟରୁ କୋଣସି ଦାବି ସରକାର ଏଯାଏଁ ପୂରଣ କରିନଥିବା ବେଳେ ଛତୁଆ ବଣ୍ଟନ କରୁଥିବାରୁ ସଂଘ ତରଫରୁ ନିନ୍ଦା କରୁଥିବା ପ୍ରକାଶ । ଛତୁଆ ବଣ୍ଟନକୁ ବନ୍ଦ ରଖିବାକୁ କର୍ମୀ ମାନେ ଦାବି କରୁଛନ୍ତି ଏବଂ ପ୍ରଶାସନ ଅଙ୍ଗନବାଡି କର୍ମୀଙ୍କୁ ସହଯୋଗ କରି ସରକାର ଦାବି ପୂରଣ କାରବାକୁ ଅନୁରୋଧ କରୁଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ହେଲେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରାଯିବ ବୋଲି ଅଙ୍ଗନୱାଡି କର୍ମୀ ମାନେ ପ୍ରକାଶ କରିଛନ୍ତି ।
