ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ଅଲିମ୍ପିକ୍ସ ଟିକେଟ୍
Dutee Chand of Orissa winner of the 100m during the 12th Federation Cup National Junior Athletics Championship held in Chennai on Friday. Photo. C Suresh Kumar.
- ୱାର୍ଲଡ ରାଙ୍କିଙ୍ଗ ଆଧାରରେ ହେଲେ ଚୟନ
ଭୁବନେଶ୍ୱର : ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ଅଲିମ୍ପିକ୍ସ ଟିକେଟ୍ । ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତି ଚାନ୍ଦଙ୍କୁ ମିଳିଲା ଟିକେଟ୍ । ୧୦୦ ଓ ୨୦୦ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି ଚାନ୍ଦ । ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଚୟନ ହେଲେ ଦୂତି ଚାନ୍ଦ ।
ସୂଚନା ଯେ, ଗତ ୨୧ ତାରିଖରେ ଇଣ୍ଡିଆନ ଗ୍ରାଁ ପ୍ରିଁ- ୪ରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ଦୂତି ଚାନ୍ଦ। ସେ ୧୧.୧୭ ସେକେଣ୍ଡରେ ୧୦୦ ମିଟର ପୂରଣ କରିଥିଲେ। ନିଟକରେ ଦୂତି ମାତ୍ର ୦.୦୨ ସେକେଣ୍ଡ ପାଇଁ ଟୋକିଓ ଟିକେଟରୁ ବଞ୍ଚିତ ହୋଇଥିଲେ। ହେଲେ ବିଶ୍ବ ରାଙ୍କିଂ ଆଧାରରେ ଦୂତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ଦୂତି ବିଶ୍ବର ୧୦୦ ମିଟର ବିଭାଗରେ ୪୪ ନମ୍ବର ଥିବାବେଳେ ୨୦୦ ମିଟର ବିଭାଗରେ ୫୧ ନମ୍ବର ସ୍ଥାନରେ ଅଛନ୍ତି।ଜୁଲାଇ ୨୩ରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ।
