ଓଏଲଏକ୍ସରେ ବିଜ୍ଞାପନ ଦେଇ ଠକେଇ, ଜଣେ ଗିରଫ
ଭୁବନେଶ୍ବର : ଓଏଲଏକ୍ସରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକେଇ । ଠକେଇ ଅଭିଯୋଗରେ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଆଶିଷ ଜେନା।
ସୂଚନା ଯେ, କୌଣସି ମୋବାଇଲ ଦୋକାନ ଯଦି ମୋବାଇଲ ବିକ୍ରି ପାଇଁ ବିଜ୍ଞାପନ ଦେଉଥିଲା ତାକୁ ଟାର୍ଗେଟ୍ କରୁଥିଲା ଆଶିଷ । ଆଶିଷ ନିଜ ନାଁରେ ସେହିଭଳି ମୋବାଇଲ ବିକ୍ରି ପାଇଁ ଓଏଲଏକ୍ସରେ ବିଜ୍ଞାପନ ଦେଉଥିଲା । ଆଶିଷକୁ ଯିଏ ଯୋଗାଯୋଗ କରୁଥିଲା ସେ ସିଧା ଉକ୍ତ ଗ୍ରାହକଙ୍କୁ ମୋବାଇଲ ଦୋକାନକୁ ପଠାଇ ଦେଉଥିଲା । ଆଉ ମୋବାଇଲର ନିର୍ଦ୍ଧାରିତ ଟଙ୍କାକୁ ନିଜ ପରିଚିତ ଲୋକଙ୍କ ଆକାଉଣ୍ଟରେ ଦେବା ପାଇଁ କହୁଥିଲା । ଟଙ୍କା ଆକାଉଣ୍ଟରେ ଆସିବା ପରେ ମୋବାଇଲ ସୁଇଚ୍ ଅଫ୍ କରିଦେଉଥିଲା । ଆଶିଷକୁ ଧରିବା ପାଇଁ ସାଇବର ଥାନାକୁ ନାକେଦମ୍ ହେବାକୁ ପଡିଥିଲା ।
