ହାଇଦ୍ରାବାଦ ସ୍ଥାନାନ୍ତର ହେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ
ଭୁବନେଶ୍ୱର : ଲିଭର ସିରୋସିସ୍ ରୋଗରେ ପୀଡିତ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅଧିକ ଚିକିତ୍ସା ଲାଗି ଦିଲ୍ଲୀରୁ ଯିବେ ହାଇଦ୍ରାବାଦ । ପରିବାରର କାହା ସହିତ ପିଣ୍ଟୁଙ୍କ ଲିଭର ମ୍ୟାଚ୍ କରୁନାହିଁ । ସେହିପରି କେହି ଡୋନର ନମିଳିବାରୁ ତାଙ୍କୁ କାଡ୍ଭ୍ରାରିକ୍ ଟ୍ରିଟମେଣ୍ଟ ପାଇଁ ହାଇଦ୍ରାବାଦ ନିଆଯିବ । ଏନେଇ ଶନିବାର ପିଣ୍ଟୁଙ୍କ ବନ୍ଧୁ ସରୋଜ ମଲ୍ଲିକ ସୂଚନା ଦେଇଛନ୍ତି।
ସୂଚନା ଯେ, ଲିଭର ସିରୋସିସ୍ ରୋଗରେ ପୀଡିତ ଅଛନ୍ତି ଓଲିଉଡ୍ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ପରେ ଗତ ୭ ତାରିଖ ଦିନ ଅଧିକ ଚିକିତ୍ସା ଲାଗି ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏବେ ପରିବାରର କାହା ସହିତ ପିଣ୍ଟୁଙ୍କର ଲିଭର ମ୍ୟାଚ୍ କରୁନାହିଁ । ଯାହାଫଳରେ ତାଙ୍କୁ କାଡ୍ଭ୍ରାରିକ୍ ଟ୍ରିଟ୍ମେଣ୍ଟ ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା କରାଯିବ । ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏନେଇ ସୋସିଆଲ୍ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ ସହ ସହାୟତାର ହାତ ବଢାଇବା ପାଇଁ ନିବେଦନ କରିଥିଲେ ପରିବାର ଓ ଶୁଭେଚ୍ଛୁ ।
