ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ
ରାୟଗଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କୁମୁଡିବାଲି ପଞ୍ଚାୟତ ଯୁଗାପଦର ଗାଁରେ ଏକ ଅଘଟଣ ଘଟି ଯାଇଛି । ମହୁମାଛି ଆକ୍ରମଣରେ କଲୋରୀ ସାରକା (୭୦)ଙ୍କର ମୃତ୍ୟୁ ହୋଇଛି ।
ସୂଚନା ଯେ, ପ୍ରତ୍ୟେକ ଦିନ ପରି ବୃଦ୍ଧା ଜଣକ ନିଜ ଜମି ଦେଇ ନଦୀକୁ ଗାଧୋଇବାକୁ ଯାଉଥିଲେ । ଠିକ୍ ଏହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ଗୁରୁତର ହୋଇ ସେଠାରେ ପଡିଥିଲେ । ନିକଟରେ ଥିବା କିଛି ଲୋକେ ଦୌଡ଼ି ଆସି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିବା ବେଳକୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା l ତେବେ କିଛି ଲୋକ ବୃଦ୍ଧାଙ୍କୁ ଉଦ୍ଧାର ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଯାହାଫଳରେ ୧୦ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l
