ଶ୍ରାବଣ ମାସରେ ନିୟମିତ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଜଳ
ଶ୍ରବଣା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଶ୍ରାବଣ ମାସ (ଶିରାବଣ ଓ ଶାବଣ ନାମରେ ମଧ୍ୟ ଜଣା) କୁହାଯାଏ । ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ହେଉଛି ଶ୍ରାବଣ ମାସ। ଶାସ୍ତ୍ର ଅନୁଯାୟୀ ଏହି ମାସରେ ବ୍ରତ ପାଳନ କରିବା ଉଚିତ। ଏହି ମାସର ସୋମବାର ଉପବାସ କରିବା ଉଚିତ। ଏହି ମାସରେ ପୁରା ଦିନ ବ୍ରତ ରଖିବାର ପରମ୍ପରା ରହିଛି, କିନ୍ତୁ ଯେଉଁ ଲୋକମାନେ ବ୍ରତ ରଖିପାରିବେ ନାହିଁ ସେମାନେ କେବଳ ସୋମବାର ଦିନ ଉପବାସ କରିପାରିବେ। କାରଣ ଶ୍ରାବଣ ମାସର ସୋମବାର ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ ଧନ ପ୍ରାପ୍ତିର ଉପାୟ ବିଷୟରେ , ଏହି ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଭୋଳାବାବା ପ୍ରସନ୍ନ ହୋଇଥାଆନ୍ତି । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଅଷେଶ କୃପା ପ୍ରାପ୍ତି ହୋଇଥାଏ । ବାବାଙ୍କ ଆର୍ଶୀବାଦରୁ ଘର ଧନ-ସମୃଦ୍ଧିରେ ପୁରି ଉଠେ ।
ନିୟମିତ ଭାବରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ । ପ୍ରାତଃ ଏବଂ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ପୂଜା କରିବା ସହ ଦରିଦ୍ରତାନାଶ ମନ୍ତ୍ର ଜପ କରନ୍ତୁ । ‘‘ମନ୍ତ୍ର : ଓଁ ଦାରିଦ୍ର୍ୟ ଦୁଃଖ ଦହନାୟ ନମଃ ଶିବାୟ’’ । ସେହିପରି ନିଜ ସାର୍ମଥ୍ୟ ଅନୁଯାୟୀ ପ୍ରତିଦିନ କିଛି ଅର୍ଥ ଅବଶ୍ୟ ଦାନ କରନ୍ତୁ । କୁହାଯାଏ ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ୟ୍ୟ ବା ଅଟକି ରହିଥିବା କାର୍ୟ୍ୟ ପୁରା ହେବ । ଭୋଳାନାଥ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହି ମାସରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ସହ ସବୁଜ ରଙ୍ଗର ଚୁଡି ମଧ୍ୟ ପିନ୍ଧିବା ଅତି ଉତ୍ତମ ହୋଇଥାଏ । ବିବାହିତ ମହିଳାମାନେ ସବୁଜ ରଙ୍ଗର ପାଣି କାଚ ଚୁଡି ପିନ୍ଧିଲେ ଏହାକୁ ଶୁଭ ବୋଲି କୁହାଯାଏ । ଶ୍ରାବଣ ମାସରେ ଭୁଲରେ ବି କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏହା ଦ୍ବାରା ଭୋଳାନାଥ କ୍ରୋଧିତ ହୋଇଥାଆନ୍ତି । ଭଲ ଚାକିରି ବା ପଦୋନ୍ନତି ପାଇଁ ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଚାକିରି ମିଳିବ କିମ୍ବା ପଦୋନ୍ନତି ହେବ ।
ଜଳ:
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବ ଲି-ଙ୍ଗ ଉପରେ ଜଳ ଅର୍ପଣ କରିବେ ତାହେଲେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ।
କ୍ଷୀର :
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କ୍ଷୀରରେ ଶିବ ଅଭିଷେକ କରାଇବେ, ତାହେଲେ ଆପଣଙ୍କୁ ଲାଭ ମିଳିବା ଏବଂ ଶାରୀରିକ ରୂପରେ ସୁସ୍ଥ ରହିବେ।
ଚିନି :
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଶିବଲି-ଙ୍ଗ ଉପରେ ଚିନି ଅର୍ପଣ କଲେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଏହାସହିତ ଭଗବାନ ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ।
ଘିଅ :
ଯଦି ଆପଣ ଶିବଲି-ଙ୍ଗର ଅଭିଷେକ ଘିଅରେ କରିବେ ତାହେଲେ ଆପଣଙ୍କୁ ଶାନ୍ତି ପ୍ରାପ୍ତ ହେବ। ଯେଉଁମାନେ ସନ୍ତାନ ସୁଖ ପ୍ରାପ୍ତ କରି ପାରୁ ନାହାଁନ୍ତି, ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ।
ମହୁ :
ଯଦି ଆପଣ ନିଜର ବାଣୀକୁ ମଧୁର କରିବାକୁ ଚାହୁଁଛନ୍ତି , ତାହେଲେ ଆପଣ ଶିବଲି-ଙ୍ଗ ଉପରେ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ମହୁ ଅର୍ପଣ କରନ୍ତୁ।
ଭାଙ୍ଗ :
ଯଦି ଆପଣ ଶ୍ରାବଣ ମାସରେ ଭଗବାନ ଶିବଲି-ଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ ତାହେଲେ ଭଗବାନ ମହାଦେବ ପ୍ରସନ୍ନ ହୋଇଯିବେ। କାରଣ ଶିବଙ୍କର ଭାଙ୍ଗ ସହିତ ବହୁତ ଗଭୀର ସମ୍ବନ୍ଧ ରହିଛି। ତେଣୁ ଆପଣ ମାନେ ଶ୍ରାବଣ ମାସରେ ଶିବଲି-ଙ୍ଗ ଉପରେ ଭାଙ୍ଗ ଅର୍ପଣ କରନ୍ତୁ।
ଚନ୍ଦନ :
ଯଦି ଆପଣମାନେ ଶିବଲିଙ୍ଗ ଉପରେ ଚନ୍ଦନ ଅର୍ପଣ କରିବେ, ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଏହାକୁ ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କରି ପାରିବେ।
କେଶର :
ଯଦି ଆପଣ ଶିବଲିଙ୍ଗ ଉପରେ କେଶର ଆପଣ କରିବେ ତାହେଲେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ତେଣୁ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଏହିସବୁ ଜିନିଷ ଗୁଡ଼ିକ ଅର୍ପଣ କରି ଆପଣମାନେ ଦେବଦେବ ମହାଦେବଙ୍କୁ ଅର୍ପଣ କରି ପାରିବେ। ଯାହାଦ୍ଵାରା ଆପଣଙ୍କ ଜୀବନର ସମସ୍ତ ମନସ୍କାମନା ପୂରଣ ହୋଇଯିବ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!
