ମଙ୍ଗଳବାର ଠାରୁ ୩ ଦିନ ରାଜ୍ୟରେ ଶୁଖିଲା ରହିବ ପାଗ
ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଠାରୁ ୩ ଦିନ ପାଗ ଶୁଖିଲା ରହିବ । ବିଶେଷ ବର୍ଷା ନ ଥିବା ବେଳେ କାଁ ଭାଁ ବର୍ଷା ରହିଛି । ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।
ଘୂର୍ଣ୍ଣିବଳୟ ପ୍ରଭାବରେ ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ରବିବାର ପାରଳାଖେମୁଣ୍ଡିରେ ୨୦.୨ମିଲିମିଟର, ତାଳଚେରରେ ୧୨, ନୟାଗଡରେ ୧୨, ଖୋର୍ଦ୍ଧାରେ ୧୦, ପାରାଦୀପରେ ୬.୭, ଗୋପାଳପୁରରେ ୬ମିମି ବର୍ଷା ହୋଇଛି ।
