ମୁଲାୟମଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ୮୨ ବର୍ଷରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ ତାଙ୍କ ଅଫିସିଆଲ୍ ଆକାଉଣ୍ଟ୍ରେ ଏକ ଟ୍ବିଟ୍ କରି ଲେଖିଛନ୍ତି, ‘ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବଙ୍କ ବିୟୋଗରେ ମୁଁ ଦୁଃଖିତ। ଦଳିତମାନଙ୍କ ବିକାଶ ଦିଗରେ ତାଙ୍କର ଅବଦାନ ପାଇଁ ଏହି ସମାଜବାଦୀ ନେତାଙ୍କୁ ସର୍ବଦା ସ୍ମରଣ କରାଯିବ। ଶୋକସନ୍ତପ ପରିବାର ଓ ସମର୍ଥକଙ୍କ ପାଇଁ ମୋର ଭାବନା ଓ ପ୍ରାର୍ଥନା ଜଣାଉଛି। ଓମ୍ ଶାନ୍ତି।’
