ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଲେ ଓଡିଶା ପର୍ଯ୍ୟଟନ ମନ୍ତ୍ରୀ
ଜଳେଶ୍ୱର : ଓଡିଶା -ପଶ୍ଚିମବଂଗ ସୀମାରେ ବାଇପାଟଣାଠାରେ ଏକ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣମେଣ୍ଟକୁ ଓଡିଶାର ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍ଘାଟନ କରିଛନ୍ତି । ଓଡିଶା ପଶ୍ଚିମବଂଗ ଓ ଝଡଖଣ୍ଡ ରାଜ୍ୟର ବହୁ କ୍ରିକେଟ ଟିମ୍ ଏଥିରେ ଯୋଗ ଦେବା ସଂପର୍କରେ ଅଧ୍ୟକ୍ଷତା କରୁଥିବା ବିକ୍ରମ ପାତ୍ର କହିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର ଏପରି ଖେଳକୁ ପ୍ରସଂଶା କରି ଭାଇଚାରା ଓ ସଂସ୍କୃତି ରକ୍ଷା ଦିଗରେ ବନ୍ଧୁତା ସୃଷ୍ଟି କରିବାରେ ପଦକ୍ଷେପ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦାନ୍ତୁନ ବିଡିଓ ଚିତ୍ତଜିତ ବସୁ, ସମାଜସେବୀ ମଣିଶଂକର ମିଶ୍ର, ବିଦ୍ୟାସାଗର ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ପ୍ରଦୀପ ପାତ୍ର, ଗୋବରଘଟା ପଂଚାୟତର ସରପଂଚ ମିନତୀ କର, ବାଇପାଟଣାସ୍ଥିତ ବିଦ୍ୟାସାଗର ହାଇସ୍କୁଲର ପ୍ରଧାନ ଶିକ୍ଷିକା କାଞ୍ଚନବାଳା ଦାସ, ଖେଳ ଶିକ୍ଷକ ସୁଶିଲ ମଣ୍ଡଳ, ଶିତଳ ପ୍ରସାଦ ରଣା, ସୂର୍ଯ୍ୟାନନ୍ଦ ପାଳ, ଗିରିଶ ଚନ୍ଦ୍ର ପ୍ରଧାନ, ବିଶ୍ୱଜିତ୍ ପାଳ, ବେଣୁଧର ଘୋଷ, ଚନ୍ଦନ କର, ଅର୍ପିତା ମହାନ୍ତି ଦାସ, ଚିନ୍ମୟ ଘୋଷ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ୩ଦିନ ଧରି ଏହି ଆନ୍ତରାଜ୍ୟ ଖେଳ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜୟୀ ଦଳ ଟ୍ରଫି ସହିତ ୧ଲକ୍ଷ୧୦ହଜାର ଟଙ୍କା ଓ ରନର୍ସ ଦଳ ଟ୍ରଫି ସହିତ ୭୧ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି ।
