ଓଡ଼ିଶା ସବୁବେଳେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଆସିଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଆନ୍ତର୍ଜାତିକ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବାର୍ତ୍ତା ଦେଇଛନ୍ତି । ଓଡ଼ିଶା ସବୁବେଳେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଆସିଛି । ମିସନ ଶକ୍ତି, ମମତା ଭଳି କାର୍ଯ୍ୟକ୍ରମ ଓ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରାଧାନ୍ୟ ରାଜ୍ୟରେ ମହିଳା ସଶକ୍ତିକରଣର ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କ ନେତୃତ୍ୱ ପ୍ରତି ସମ୍ମାନ ଜଣାଇବା ସହ ବିଭିନ୍ନ ସ୍ତରରେ ଏଭଳି ନେତୃତ୍ବ ସୃଷ୍ଟି କରିବା ଉପରେ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
