ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା : ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର
- ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର
ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ଲାଗି ଜୟଦେବ ପୁରସ୍କାର ପ୍ରଦାନ କରାଯିବ । ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରୀ ମହାପାତ୍ରଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯିବ । ତାଙ୍କୁ ୨ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ୨୦୧୯ ମସିହା ଲାଗି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଶୁକ୍ରବାର ଘୋଷଣା କରିଛନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗାହୀ । ସେହିପରି ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି । ଏଥିସହ ନୀଳମାଧବ ପଣ୍ଡାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର ମଧ୍ୟ ମିଳିବ । ସେହିପରି ଚଳଚ୍ଚିତ୍ର ‘ଖୁସି’ରେ ଅଭିନୟ ଲାଗି ସରୋଜ ପରିଡ଼ାଙ୍କୁ ଶ୍ରେଷ୍ଠ ଅଭିନେତା ଓ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଗି ଚୟନ କରାଯାଇଛି । ଅନ୍ୟପକ୍ଷରେ ୮ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ଓ ‘କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଟେଲି ଫିଲ୍ମ ଭାବେ ମନୋନୀତ ହୋଇଛି । ଏହି ଟେଲି ଫିଲ୍ମ ପାଇଁ ଦେବାଶିଷ ପାତ୍ର ଓ ଡି. ଅଶ୍ୱିନୀ ଗଡନାୟକଙ୍କୁ ଯଥାକ୍ରମେ ଶ୍ରେଷ୍ଠ ପ୍ରଯୋଜକ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି ।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର :
-ଶ୍ରେଷ୍ଠ ଚଳଚ୍ଚିତ୍ର: କାଲିର ଅତୀତ (ପ୍ରଯୋଜକ: ନୀଳମାଧବ ପଣ୍ଡା)
-ଶ୍ରେଷ୍ଠ ନିର୍ଦ୍ଦେଶକ: ନୀଳମାଧବ ପଣ୍ଡା (କାଲିର ଅତୀତ)
-ଶ୍ରେଷ୍ଠ ଅଭିନେତା: ସରୋଜ ପରିଡ଼ା (ଖୁସି)
-ଶ୍ରେଷ୍ଠ ଅଭିନେତ୍ରୀ: କାବ୍ୟା କିରଣ (ଖୁସି)
-ଶ୍ରେଷ୍ଠ କାହାଣୀ: କପିଳେଶ୍ୱର ପ୍ରସାଦ ମହାପାତ୍ର (ଶଲାବୁଢ଼ାର ବଦ୍ଲା)
-ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ସମ୍ମାନ): ବୈଦ୍ୟନାଥ ଦାସ (ନାୟକର ନାଁ ଦେବଦାସ୍)
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ସ୍ୱୟମ୍ ପାଢ଼ୀ (ଭିଜା ଭିଜା ପ୍ରେମ ଛିଟା, ଚଳଚ୍ଚିତ୍ର -ଦେଖା ହେଲା ପ୍ରେମ ହେଲା)
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଦୀପ୍ତିରେଖା ପାଢ଼ୀ (ଏ କେଉଁ ଋତୁ ଏ କେଉଁ ରାସ୍ତା, ଚଳଚ୍ଚିତ୍ର – ଫ୍ରମ୍ ମିଟୁ ଇଉ)
-ଶ୍ରେଷ୍ଠ ଚିତ୍ରଗହ୍ରଣ (ପ୍ରମୋଦ ପତି ସମ୍ମାନ ): ରବୀନ୍ଦ୍ର ବେହେରା (ବାବୁ ଭାଇଜାନ୍)
-ଶ୍ରେଷ୍ଠ ସଂପାଦନା: ରାଜେଶ ଦାସ (ଖୁସି)
-ଶ୍ରେଷ୍ଠ ଗୀତିକାର: ଅରୁଣ ମନ୍ତ୍ରୀ (ଭିଜେଇ ଦେଇ ଯା ଥରେ ,ଚଳଚ୍ଚିତ୍ର- ବାପା ତୁମେ ଭାରି ଦୁଷ୍ଟ)
-ଶ୍ରେଷ୍ଠ ଚିତ୍ରନାଟ୍ୟ: ସନ୍ତୋଷ ନାରାୟଣ ଦାଶ (ବାବୁ ଭାଇଜାନ୍)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ବବି ମିଶ୍ର (ବାବୁ ଭାଇଜାନ୍)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ଅଞ୍ଜନା ଦାଶ (ବାପା ତୁମେ ଭାରିଦୁଷ୍ଟ)
-ଶ୍ରେଷ୍ଠ ହାସ୍ୟ କଳାକାର: ତ୍ରିଭୂବନ ପଣ୍ଡା (ଗୋଲମାଲ୍ ଲଭ୍)
-ଶ୍ରେଷ୍ଠ ଶିଶୁ କଳାକାର: ଐଶ୍ୱର୍ଯ୍ୟା ମିଶ୍ର (ଖୁସି)
-ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ କେଶରୀ ନାୟକ (କାଲିର ଅତୀତ)
-ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଚନ୍ଦ୍ର ଶେଖର ଶର୍ମା (ଶଲାବୁଢ଼ାର ବଦ୍ଲା)
-ସ୍ୱତନ୍ତ୍ର ଜୁରୀ ପୁରସ୍କାର: ଅଭିନେତା: ରୋହିତ୍ ରାଜ୍ (କୋଟିଏରେ ଗୋଟିଏ ମନ)
-ଶ୍ରେଷ୍ଠ ଶିକ୍ଷାଭିତିକ ଶିଶୁ ଚଳଚ୍ଚିତ୍ର: ସୁବ୍ରତ କୁମାର ରଥ(ବାଜି) ଓ ଅଭିଷେକ କୁମାର (ଫ୍ରମ୍ ସଂଜୁ)
-ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ ଓ ନିର୍ଦ୍ଦେଶକ : ଆଶୁତୋଷ ପଟ୍ଟନାୟକ (ଶ୍ରୀକ୍ଷେତ୍ରର ସହିଯାତ)
-ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ ସ୍ୱରାଜ ମିଶ୍ର ଓ ନିର୍ଦ୍ଦେଶକ ବନମାଳୀ ରଣା (ରସଗୋଲା)
-ଓଡିଶାରେ ପ୍ରାନ୍ତୀୟ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର : ପ୍ରଯୋଜକ – ଶ୍ରୀକର ମିଶ୍ର (ଝରନ୍)
-ଶ୍ରେଷ୍ଠ ସଂଳାପ ଲେଖକ :ଅଟଳ ବିହାରୀ ପଣ୍ଡା (ଶଲା ବୁଢାର ବଦଲା)
-ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ :ଚୈତନ୍ୟ ମଝାରୀ (ଶଲା ବୁଢାର ବଦଲା)
-ଶ୍ରେଷ୍ଠ ରୂପସଜ୍ଜାକାରୀ : ରାଜୁ (ବାବୁ ଭାଇଜାନ୍)
-ଶ୍ରେଷ୍ଠ ନୃତ୍ୟ ସଂଯୋଜନା : ଗିରୀଶ ମହାନ୍ତି (ବାବୁ ଭାଇଜାନ୍)
୮ମ ଟେଲି ପୁରସ୍କାର :
-ଶ୍ରେଷ୍ଠ ଚଳଚ୍ଚିତ୍ର: କାଳିଆ କରୁଛି ଲୀଳା
-ଶ୍ରେଷ୍ଠ ପ୍ରଯୋଜକ: ଦୋବାଶିଷ ପାତ୍ର (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ନିର୍ଦ୍ଦେଶକ: ଡି. ଅଶ୍ୱିନୀ ଗଡ଼ନାୟକ (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ଟେଲି ଧାରାବାହିକ: ସରଗମ୍
-ଶ୍ରେଷ୍ଠ ଟେଲି ଧାରାବାହିକ ନିର୍ଦ୍ଦେଶକ: ଚଣ୍ଡୀ ପରିଜା (ସରଗମ୍)
-ଶ୍ରେଷ୍ଠ ଅଭିନେତା: ଦେବାଶିଷ ପାତ୍ର (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ଅଭିନେତ୍ରୀ: ଲିପ୍ସା ମିଶ୍ର (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ଜୀବନ ପଣ୍ଡା (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ମଧୁସ୍ମିତା ପ୍ରଧାନ (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ହାସ୍ୟଭିନେତା:ଶଙ୍କର୍ଷଣ ପ୍ରଧାନ (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ଶିଶୁ କଳାକାର: ପ୍ରସିଦ୍ଧି ନାୟକ (ରଙ୍ଗିଲା ବୋହୂ)
