ରାଜ୍ୟରେ ବଢୁଛି ସଂକ୍ରମଣ, ଆଉ ୬୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୯ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୩୨୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଜି ରାଜ୍ୟର ୧୦ଟି ଜିଲାରୁ ୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨୦ଟି ଜିଲାରେ କରୋନା ସଂକ୍ରମଣର ସୂଚନା ନାହିଁ । ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ବର ଜିଲାରୁ ୫ ଜଣ ଥିବା ବେଳେ ବଲାଙ୍ଗୀର ଜିଲାରୁ ଜଣେ, କଟକ ଜିଲାରୁ ୧୩ ଜଣ, କଳାହାଣ୍ଡି ଜିଲାରୁ ୧ ଜଣ, ଜଗତସିଂହପୁର ଜିଲାରୁ ୧ ଜଣ, ଯାଜପୁର ଜିଲାରୁ ୨ ଜଣ, ଖୋର୍ଦ୍ଧା ଜିଲାରୁ ୨୬ ଜଣ, ପୁରୀ ଜିଲାରୁ ୨ ଜଣ, ସମ୍ବଲପୁର ଜିଲାରୁ ୪ ଜଣ, ସୁନ୍ଦରଗଡ଼ ଜିଲାରୁ ୮ ଜଣ ଓ ରାଜ୍ୟ ପୁଲରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨, ୮୯, ୩୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୫୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨, ୭୯, ୬୯୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୨୦,୪୪,୫୦୦ସାମ୍ପୁଲ ଟେଷ୍ଟ୍ ହୋଇଛି ।
