ପ୍ରଧାନମନ୍ତ୍ରୀଙ୍କ ଲିଖିତ ‘ଏଗଜାମ ୱାରିୟର୍ସ’ର ଓଡ଼ିଆ ସଂସ୍କରଣ ପ୍ରେରଣାଦାୟକ ପୁସ୍ତକ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ସମେତ ୧୩ଟି ଭାଷାରେ ଉପଲବ୍ଧ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ପୁସ୍ତକ ‘ଏଗଜାମ ୱାରିୟର୍ସ’ର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।ପରୀକ୍ଷା ଚାପକୁ କମ୍ କରିବାରେ ‘ଏଗଜାମ ୱାରିୟର୍ସ’ ପୁସ୍ତକ ଫଳପ୍ରଦ ହେବ । ‘ଏଗଜାମ ୱାରିୟର୍ସ’କୁ ପଢି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି ମୋର ଦୃଢ ବିଶ୍ୱାସ । ସୂଚନାଯୋଗ୍ୟ, ‘ଏଗଜାମ ୱାରିୟର୍ସ’ ୧୩ଟି ଭାଷାରେ ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଲା ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ, ମଲାୟାଲମ, କନ୍ନଡ, ଓଡ଼ିଆ, ଆସାମୀ, ଗୁଜରାଟି, ମରାଠୀ, ପଂଜାବୀ, ଉର୍ଦ୍ଦୁ ଓ ବେଙ୍ଗଲୀ ।
ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏଗଜାମ୍ ୱାରିୟର୍ସ, ଓଡ଼ିଆ ଭାଷାରେ ବି ଉପଲବ୍ଧ । ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଯାଇଛି ଏଗଜାମ୍ ୱାରିୟର୍ସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହିର ନୂଆ ସଂସ୍କରଣକୁ ଜାରି କରିଛନ୍ତି । ତେବେ ବଡ କଥା ହେଉଛି ଯେ, ଏବେ ଏହା ଓଡ଼ିଆ ସମେତ ୧୩ଟି ଭାଷାରେ ଉପଲବ୍ଧ ହେଉଛି ।ଆଜି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ, ପରୀକ୍ଷା ପାଇଁ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଏହି ବହି ସଫଳତାର ମନ୍ତ୍ର ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ୱିଟ୍ କରି କହିଛନ୍ତି ପରୀକ୍ଷା ଚାପକୁ କମ୍ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ । ଏଗଜାମ୍ ୱାରିୟର୍ସରକୁ ପଢି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି ।
