ଓସିଏସ ପ୍ରିଲିମ ପରୀକ୍ଷା ତାରିଖ ଘୋଷଣା, ୫ଟି ଜୋନ୍ରେ ହେବ ପରୀକ୍ଷା
ଭୁବନେଶ୍ୱର : ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ତାରିଖ ଘୋଷଣା । ଆସନ୍ତା ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସିଭିଲ ସର୍ଭିସ-୨୦୨୧ର ପ୍ରିଲିମିନାରୀ ପରୀକ୍ଷା ହେବ । ରାଜ୍ୟର ୫ଟି ଜୋନରେ ପରୀକ୍ଷା ନେଇ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୫ଟି ଜୋନ୍ – ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ ଏବଂ ସମ୍ବଲପୁରରେ ପରୀକ୍ଷା ହେବ ।
ଏହି ଦିନ ୨ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ଦିନ ୧୨ଟା ଯାଏଁ ଜେନେରାଲ ଷ୍ଟଡିଜ ପେପର-୧ ଏବଂ ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ । ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କ ପାଇଁ ଅତିରିକ୍ତ ୪୦ ମିନିଟ ସମୟ ମିଳିବ ।
