ରାଜ୍ୟର ୧୦ ଜିଲାରେ ଖୋଲିବ ନର୍ସିଂ କଲେଜ : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ସୁଦୃଢ଼ ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ତେଣୁ ଆଗକୁ ଯେପରି ଏହି ସ୍ୱାସ୍ଥ୍ୟସେବାରେ କୌଣସି ପ୍ରକାର ଅବ୍ୟବସ୍ଥା ପରିକ୍ଷିତ ନହୁଏ ଏଥିପ୍ରତି ବିଭିନ୍ନ ତଦାରଖ ଚାଲିଛି । ଆଗକୁ କରୋନାର ତୃତୀୟ ଲହର ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍ ଖୋଲିବା ପାଇଁ ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି । ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ନର୍ସିଂ କଲେଜ ଖୋଲିବ । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଏଥିସହ ପରବର୍ତ୍ତୀ ସମୟରେ ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏଥିସହ ଝାରସୁଗୁଡ଼ା ଜିଲ୍ଲାରେ ଚଳିତବର୍ଷ ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ସୂଚନା ଯେ, ରାଜ୍ୟରେ ବିଭିନ୍ନ ସମୟରେ କେତେବେଳେ ବେଡ଼୍ ର ଅଭାବ ଦେଖାଦେଉଛି ତ ଆଉ କେତେବେଳେ ଡ଼ାକ୍ତରଙ୍କ ଅଭାବ ଯାହାଫଳରେ ଗୋଟିଏ ନିରିହ ଲୋକ ନିଜର ମୁଲ୍ୟବାନ ଜୀବନ ହରାଉଛି । ତେବେ ଏହାକୁ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରତିରୋଧ ମଧ୍ୟ ଦେଖିବାକୁ ମିଳିଥାଏ । ଯାହା ସରକାରଙ୍କ ଅବ୍ୟବସ୍ଥା ବୋଲି ପରିଲିକ୍ଷିତ ହୁଏ ।
