ନାମାଙ୍କନ ପତ୍ର ଦାଖଲ କଲେ ୨୯ ନମ୍ବର ଜିଲା ପରିଷଦ ଜୋନ ବିଜେଡି ପ୍ରାର୍ଥୀ
ବାଲେଶ୍ୱର : ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୯ ନମ୍ବର ଜିଲା ପରିଷଦ ଜୋନର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନାରାୟଣ ଚନ୍ଦ୍ର ପ୍ରଧାନ l ତାଙ୍କ ସହ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନାମାଙ୍କନ ପତ୍ର ଦାଖଲରେ ଯୋଗ ଦେଇଛନ୍ତି l
ବିଧାୟକ ଶ୍ରୀ ଦାସଙ୍କ କାର୍ଯ୍ୟାଳୟରେ ବୁଧବାର ନିର୍ବାଚନ ମଣ୍ଡଳୀର ୪ ଗୋଟି ଜିଲାପରିଷଦ ଜୋନର ବିଜେଡି ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆସିଥିବା ଦଳୀୟ ଟିକେଟ ବିଧାୟକ ଶ୍ରୀ ଦାସ ପ୍ରଦାନ କରିଥିଲେ l ପରେ ସେମାନେ ଜିଲାସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କୁ ଦେଖା କରି ଆଶୀର୍ବାଦ ଲାଭ କରିଥିଲେ l ପୂର୍ବରୁ ନାରାୟଣ ଚନ୍ଦ୍ର ପ୍ରଧାନ ବାଲେଶ୍ୱର ସଦର ବ୍ଲକ ଅଧକ୍ଷ ଥିଲେ ଏବଂ ତାଙ୍କର କାର୍ଯ୍ୟଶୈଳୀ ଏବଂ ବିକାଶ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୨୯ ନମ୍ବର ଜୋନର ଜିଲା ପରିଷଦର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛନ୍ତି l ବାକି ଥିବା ତିନି ଗୋଟି ଜୋନ ତଥା ୨୬ ନମ୍ବର ଜିଲା ପରିଷଦ ଜୋନରୁ ସୋନାଲି ବିଶ୍ୱାଳ, ୨୮ ନମ୍ବର ଜିଲା ପରିଷଦ ଜୋନରୁ ସଞ୍ଜୟ ବିଶ୍ୱାଳ ଏବଂ ୨୫ ନମ୍ବର ଜୋନରୁ ଜିଲା ପରିଷଦ ଜୋନରୁ ସଞ୍ଜୟ ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟିକେଟ ପ୍ରଦାନ କରିଛନ୍ତି ଏବଂ ସେମାନେ ଆସନ୍ତା ୨୧ ତାରିଖରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି l
ସୂଚନା ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ତିନିଦିନ ଧରି ଚାଲିଥିବା ନାମାଙ୍କନ ପତ୍ର ଦାଖଲରେ ଜିଲାରୁ ମୋଟ୍ ୪,୯୭୯ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡ଼ିଛି । ବୁଧବାର ତୃତୀୟ ଦିନରେ ଜିଲାରେ ମୋଟ୍ ୩,୭୮୦ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ୧୨ ଜିଲାପରିଷଦ, ୨୭୮ ସମିତିସଭ୍ୟ, ୪୨୫ ସରପଞ୍ଚ ଓ ୩,୦୬୫ ୱାର୍ଡ଼ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

