ଚୀନ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ : ଜନସ୍ଵାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ବର : ରାଜ୍ୟରେ ଚୀନ ଭାରିଏଣ୍ଟ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭଗ ତତ୍ପର ହୋଇଉଠିଛି। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଚୀନ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ। ଅନ୍ୟ ଦେଶରେ ବଢୁଛି, କିନ୍ତୁ ଆମର ସେଭଳି ସ୍ଥିତି ନାହିଁ। କିନ୍ତୁ ଭବିଷ୍ୟତରେ ଯେ ଆମର ବଢ଼ିବ ନାହିଁ ତାହା କହିବ ହେବନି। ତେଣୁ ଲକଡାଉନ ଓ ସଟଡାଉନରୁ ବର୍ତ୍ତିବାକୁ ହେଲେ କୋଭିଡ ନିୟମ ମାନିବାକୁ ପଡିବ। ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ। ସେହିପରି ଭାରତରେ ଲୋକଙ୍କର ହାର୍ଡ ଇମ୍ୟୁନିଟି ଭଲ ଅଛି। ତେଣୁ ବେଶୀ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ। ହକି ବିଶ୍ୱକପ ଓ ନୂଆ ବର୍ଷ ନେଇ ଆସନ୍ତା କାଲି ବୈଠକରେ ନିଷ୍ପତ୍ତି ନିଆଯିବ। ତା ସହ କୋଭିଡ କଟକଣା ନେଇ ଯେଉଁ ଜରିମାନା ବ୍ୟବସ୍ଥା ରହିଥିଲା ସେ ନେଇ ବି ନିଷ୍ପତ୍ତି ନିଆଯିବ।
ସେହିପରି ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସମସ୍ତେ ମାକ୍ସ ପିନ୍ଧନ୍ତୁ। ବିଶେଷ କରି ଗହଳି ସମୟରେ ମାକ୍ସ ପିନ୍ଧିବାକୁ ଭୁଲନ୍ତୁ ନାହୁଁ। ଚୀନରେ ଏହ ବ୍ୟାପୁଛି, ତାହା ନୁହେଁ ଯେ ଭାରତରେ ସେହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ। ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ। ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ। ସଚେତନ ହୁଅନ୍ତୁ, ଅଯଥା ଗହଳି କରନ୍ତୁ ନାହିଁ। ଗହଳିକୁ ଗଲେ ମାସ୍କ ପିନ୍ଧନ୍ତୁ। ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ। ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ସରକାର କରୁଛନ୍ତି ତାହା ଜାରି ରହିବ। ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ।
ରାଜ୍ୟରେ ଚୀନ ଭାରିଏଣ୍ଟ ଚିହ୍ନଟ ପରେ ଆସନ୍ତା ଶୁକ୍ରବାର ୧୨ଟା ୩୦ରେ ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ କୋଭିଡ ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ ତାହା ଉପରେ ବୈଠକ ହେବ। ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ ଓ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତୃପକ୍ଷ ବୈଠକରେ ସାମିଲ ହେବେ ବୋଲି ଜଣାପଡିଛି ।
