ନୀତିଶ କୁମାର ରାଜନୀତିରୁ ଅବସର ନେବା ଉଚିତ୍ , ତାଙ୍କର ବିଶ୍ୱାସନୀୟତା ଶେଷ ହୋଇଛି : ଗିରିରାଜ ସିଂ
ଦିଲ୍ଲୀ : କେନ୍ଦ୍ରୀୟ ଗ୍ରାମୀଣ ବିକାଶ ଏବଂ ପଂଚାୟତ ରାଜ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ, ନିତୀଶ କୁମାର ବିହାରରେ ସରକାର ଚଳାଇବାରେ ସମ୍ପୂର୍ଣ୍ଣ ମାତ୍ରାରେ ବିଫଳ ହୋଇଛନ୍ତି, ତାଙ୍କୁ ରାଜନୀତିରୁ ସନ୍ୟାସ ନେବା ଉଚିତ । ରବିବାର ଦିନ ବେଗୁସରାୟରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା କରି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ, ନୀତିଶ କୁମାର କୁହନ୍ତି, ମୁଁ କାର୍ଯ୍ୟରେ ବିଶ୍ୱାସ କରେ, ମୋର କାମରୁ ହିଁ ଜଡ଼ାପଡ଼େ । କିନ୍ତୁ ଲୋକମାନେ ନୀତିଶ କୁମାରଙ୍କ ଉପରେ ବିଶ୍ୱାସ ହରାଇଛନ୍ତି ସେମାନଙ୍କର ବିଶ୍ୱସନୀୟତା ଶେଷ ହୋଇଯାଇଛି ।
