ଚିତ୍ରା ହସପିଟାଲରେ ନିଶ୍ଳୁକ ହୃଦ୍ରୋଗ ଶିବିର
କଟକ : ଦୈନଦିନ ଜୀବନରେ ମଣିଷ ହୃଦ୍ରୋଗ ଜନିତ ମୃତ୍ୟୁ ଅଧିକ ହେବାରେ ଲାଗିଛି । ଏହାର ନିରାକରଣ ଦିଗରେ ଖାଦ୍ୟପେୟ ଠାରୁ ଆରମ୍ଭ କରି ସଚେତନତା ହିଁ ମୁଖ୍ୟ ସର୍ବୋଷଧୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆବଜାର ସ୍ଥିତ ପୋତାପୋଖରୀଠାରେ ସ୍ଥାପିତ ଚିତ୍ରା ହସପିଟାଲ, ପୋତାପୋଖରୀ ପୂଜା କମିଟି ଓ ୟେସ୍ ବ୍ୟାଙ୍କର ମିଳିତ ସହାୟତାରେ ଏକ ନିଃଶୁଳ୍କ ହୃଦ୍ରୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରିରେ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟରଞ୍ଜନ ପରିଡା ଯୋଗଦେଇ ଲୋକାମାନଙ୍କର ହୃଦରୋଗ ଜନିତ ସମସ୍ୟାର ପରୀକ୍ଷଣ କରିବା ସହ ନିରାକରଣ ଦିଗରେ ବିଭିନ୍ନ ପ୍ରକାରର ପରାମର୍ଶ ଦେଇଥିଲେ । ଏଥିସହିତ ଇସିଜି, ବ୍ଲଡସୁଗାର, ବ୍ଲଡ୍ କୋଲେଷ୍ଟୋରାଲ ଆଦି ପରୀକ୍ଷା ବିନାମୂଲ୍ୟରେ ମଧ୍ୟ କରାଯାଇଥିଲା । ଏହି ଶିବିରରେ ହସପିଟାଲର ନିର୍ଦ୍ଦେଶକ ଦିପ୍ତୀରଞ୍ଜନ ପରିଡା, ଡାକ୍ତର ରୀତା ଦାସ, ହସପିଟାଲ ପରିଚାଳନା ଅଧିକାରୀ ଡାକ୍ତର ସୁଲୋଚନା ସ୍ୱାଇଁ, ପୋତାପୋଖରୀ ପୂଜା କମିଟିର ସମ୍ପାଦକ ବାପି ରାୟ, ୟେସ୍ ବ୍ୟାଙ୍କ୍ ଲିଙ୍କ୍ରୋଡ୍ ଶାଖାର ବ୍ରାଂଚ ମ୍ୟାନେଜର ସୁବ୍ରତ କୁମାର ଗିରି, ସାର୍ଥକ କୁମାର ନାୟକ ଏବଂ ବିବେକ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
