ନୀଳଗିରି : ୧୩ କାଉନସିଲର ଓ ଚେୟାରମ୍ୟାନ ପ୍ରାର୍ଥୀଙ୍କୁ ନେଇ ଭାଜପାର ନାମାଙ୍କନପତ୍ର ଦାଖଲ
ପଞ୍ଚମ ଦିନରେ ୨୬ ନାମାଙ୍କନ ପତ୍ର ଦାଖଲ
ନୀଳଗିରି : ପୌର ନିର୍ବାଚନକୁ କମ ସମୟ ଥିବାରୁ ନିର୍ବାଚନୀ ବୈତରଣୀ ପାରି ହେବାକୁ ପ୍ରମୁଖ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ଜାରି ରହିଛି । ନୀଳଗିରିରେ ପୌର ନିର୍ବାଚନ ପରିପ୍ରେକ୍ଷୀରେ ରବିବାର ପଞ୍ଚମ ଦିନରେ ୨୬ ପ୍ରାର୍ଥୀ ଓ ପ୍ରାର୍ଥନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସୂଚନା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭାଜପା ଦଳ ପକ୍ଷରୁ ୧୩ ଗୋଟି ୱାର୍ଡ଼ କାଉନସିଲର ଓ ଅଧ୍ୟକ୍ଷ ପଦ ନିମନ୍ତେ ନିଜ ନିଜର ନାମାଙ୍କନପତ୍ର ଦାଖଲ ପାଇଁ ରବିବାର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ସହିତ ଦୁଇ ହଜାରରୁ ଅଧିକ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା, ସମର୍ଥକଙ୍କ ସହ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ଆସି ପୌର ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ବୀର କିଶୋର ପାଣିଗ୍ରାହୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦାଖଲ ସମୟରେ ଏମ୍ପି ଓ ବିଧାୟକ ଉପସ୍ଥିତ ଥିଲେ ।


ଭାଜପା ତରଫରୁ ଚେୟାରମ୍ୟାନ ପ୍ରାର୍ଥୀନୀ ଅର୍ଚ୍ଚନା ସେଠୀ ଏବଂ କାଉନସିଲର ପାଇଁ ୧ନଂ. ୱାର୍ଡ଼ର ସୁକାନ୍ତି ପ୍ରଧାନ, ୨ନଂ. ୱାର୍ଡ଼ର ବାପୁନ ସିଂ, ୩ନଂ. ୱାର୍ଡ଼ର ପ୍ରତିମା ମୁଦୁଲି, ୪ନଂ. ୱାର୍ଡ଼ର ରାମଚନ୍ଦ୍ର ଦାସ, ୫ନଂ. ୱାର୍ଡ଼ର ଅନିତା ନାୟକ, ୬ନଂ. ୱାର୍ଡ଼ର ମୁକ୍ତିକାନ୍ତ ସେଠୀ, ୭ନଂ. ୱାର୍ଡ଼ର ସୁକାନ୍ତି ମହାପାତ୍ର, ୮ନଂ. ୱାର୍ଡ଼ର ସୁଚିସ୍ମିତା ବେହେରା, ୯ନଂ. ୱାର୍ଡ଼ର ମିନାକ୍ଷୀ ମଣ୍ଡଳ, ୧୦ନଂ. ୱାର୍ଡ଼ର ଶ୍ରୀଯୁକ୍ତ ରାଧାଗୋବିନ୍ଦ ଖଟୁଆ, ୧୧ନଂ. ୱାର୍ଡ଼ର ସୁଲୋଚନା ଖଟୁଆ, ୧୨ନଂ. ୱାର୍ଡ଼ର ଗୁରୁବାରୀ ସିଂ ଓ ୧୩ନଂ. ୱାର୍ଡ଼ର ପ୍ରିୟଲୋଚନ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନୁରୁପ ଭାବେ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ କାଉନସିଲର ପାଇଁ ୯ ନଂ. ୱାର୍ଡ଼ର ଭାଗ୍ୟଲକ୍ଷ୍ମୀ ସିଂହ, ୧୩ ନଂ. ୱାର୍ଡ଼ର ରୀତାଞ୍ଜଳୀ ପ୍ରଧାନ, ୭ ନଂ. ୱାର୍ଡ଼ର ମିନତୀ ଜେନା ଓ ୧୦ ନଂ. ୱାର୍ଡ଼ର ଜୟନ୍ତ ବେହେରା ସହ ଚେୟାରମ୍ୟାନ ପ୍ରାର୍ଥୀନୀ ଭାବେ ଛବିରାଣୀ ସେଠୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବିଜେଡି ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥୀନୀ ଭାବେ ଅମ୍ବିକା ଦାସ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୧୨ ନଂ ୱାର୍ଡ଼ରୁ ସିପିଆଇଏମ୍ର କାଉନସିଲର ପ୍ରାର୍ଥନୀ କାଳି ସିଂ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହା ସହ ୧ନଂ. ୱାର୍ଡ଼ରୁ ଓ ୧୨ ନଂ. ୱାର୍ଡ଼ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଞ୍ଜଳୀ ମହାନ୍ତି ଓ ମାଳତୀ ସିଂ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
