ଏନଆଇଏଲଡିର ନିର୍ଦ୍ଦେଶକ ହେଲେ ଡ. ପତିତପାବନ ମହାନ୍ତି
କଟକ : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନ କୋଲକତାସ୍ଥିତ ରାଷ୍ଟ୍ରୀୟ ଗତିଶୀଳ ଦିବ୍ୟାଙ୍ଗଜନ ସସ୍ଥାନ(ଏନଆଇଏଲଡି)ର ନିର୍ଦ୍ଦେଶକ ଦାୟିତ୍ୱ ଡ. ପତିତପାବନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । କଟକ ଜି୍ଲାର ଓଲଟପୁରସ୍ôଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ(ନିରତାର)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ଡ. ମହାନ୍ତି ଗତ ଗୁରୁବାର କୋଲକତାଠାରେ ଏହି ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ଚିଠି ଅନୁସାରେ ସେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଭୈାତିକ ଚିକିତ୍ସା(ଫିଜିଓଥେରାପି) କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଡ. ମହାନ୍ତିଙ୍କ ନୂତନ କାର୍ଯ୍ୟଭାର ଗ୍ରହଣକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି ।
