ବିଜେଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ସମୀକ୍ଷା ବୈଠକ
ନୀଳଗିରି : ନୀଳଗିରି ବ୍ଲକ ଅଧୀନ ନରଣପୁର ପଞ୍ଚାୟତ ବୈଷ୍ଣବବନ୍ଧ ହାଟ ନିକଟରେ ୧୨ନଂ. ଜୋନ୍ ଅନ୍ତର୍ଗତ ୮ଟି ପଞ୍ଚାୟତର ପ୍ରଥମ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବରିଷ୍ଠ ନେତା ରବି ନାୟକ ସଭା ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ସନ୍ତୋଷ କୁମାର ଖଟୁଆ, ସମ୍ମାନିତ ଅତିଥି ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ୧୨ନଂ. ଜୋନ୍ ଜିଲାପରିଷଦ ରଞ୍ଜିତା ସିଂ, ବ୍ଲକ ଉପାଧ୍ୟକ୍ଷ ଜ୍ୟୋର୍ତିମୟ ପୁଥାଳ, ସଜନାଗଡ଼ ସମିତିସଭ୍ୟା ଶାନ୍ତି ସିଂ, ନରଣପୁର ସମିତିସଭ୍ୟା ବିଦ୍ୟୁତ୍ ପ୍ରଭା ପାତ୍ର, ନୀଳଗିରି ବ୍ଲକ ବିଜେଡି ଅନୁସୂଚିତ ଜାତି ସଭାପତି ଶରତ କୁମାର ଦାସ, ରାଜୁ ସ୍ୱାଇଁ, ଫ୍ରାନ୍ସିସ୍ ବେକନ ଶ ପ୍ରମୁଖ ଉପସ୍ଥିତ ରହି ୧୨ନଂ. ଜୋନ୍ର ସମସ୍ତ ବିଜୁପ୍ରେମୀ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ଦିଗ୍ଦର୍ଶନ ଦେଇଥିଲେ । ଏଥିରେ ୮ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟାସଭ୍ୟ, ପଞ୍ଚାୟତସଭାପତିଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବରିଷ୍ଠ ସଦସ୍ୟ ମଦନ ମାଝୀ, ବିଶ୍ୱମ୍ବର ପରିଡ଼ା, ସୁନାମ ପାତ୍ର, ସୁରେନ୍ଦ୍ର ସିଂ, ଜଳ ନାୟକ, ବିଜୟ ବେହେରା, କାର୍ତ୍ତିକ କର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
