ଏନଆଇଏ ଜଣେ ଜେଏମବି ଆତଙ୍କବାଦୀଙ୍କୁ ଗିରଫ କରିଛି
ଦକ୍ଷିଣ ୨୪ ପ୍ରଗଣା : ଦିୱାଲି ପୂର୍ବରୁ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୁଭାଷ ଗ୍ରାମରୁ ଜାମାତ-ଉଲ-ମୁଜାହିଦ୍ଦିନ ବାଂଲଦେଶ (ଜେଏମବି) ଆତଙ୍କବାଦୀଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗିରଫ କରିଛି । ଏନଆଇଏ ଦ୍ୱାରା ଧରାଯାଇଥିବା ଏହି ଆତଙ୍କବାଦୀ ବାଂଲାଦେଶର ବାସିନ୍ଦା ଏବଂ ତାଠାରୁ ଏକ ନକଲି ପରିଚୟ ପତ୍ର ମଧ୍ୟ ମିିଳିଛି ।
ଗତ ଏପ୍ରିଲ ଶେଷରେ ମାଲଦା ଏବଂ ମୁର୍ସିଦାବାଦ ଜିଲ୍ଲାର ଭାରତ-ବାଂଲାଦୋ ସୀମାବର୍ତୀ ଅଂଚଳରୁ ଅତି କମ୍ରେ ୧୫ ଜଣ ଆତଙ୍କବାଦୀ ପଶ୍ଚିମବଙ୍ଗରେ ପ୍ରବେଶ କରିଥିବା ଜଣାଯାଇଥିଲା । ସୂଚନା ଅନୁସାରେ ଏହି ଆତଙ୍କବାଦୀଙ୍କ ମଧ୍ୟରୁ କେତେକ ଓଡ଼ିଶା ଏବଂ କେତେକ ଜାମ୍ମୁ କାଶ୍ମୀର ଯାଇଥିଲେ । ମେ ମାସର ପ୍ରଥମ ସପ୍ତାହରେ ମେକାଇଲ ଖାନ ନାମକ ଜଣେ ବ୍ୟକ୍ି ଭାରତ-ବାଂଲାଦେଶ ସୀମାରେ କୋଲକତାରେ ପହଂଚି ଶବିର ଅଲ୍ଲି ନାମ କହି ହରିଦେବପୁରରେ ଏକ ଘର ଭଡ଼ା ନେଇଥିଲା । ଏହି ଆତଙ୍କାବାଦୀଙ୍କୁ ଜୁଲାଇରେ ହରିଦେବପୁରରୁ ଗିରଫ କରାଯାଇଥିଲା ।
