ଏନଏଚ ୫୫ର କାମ ଶୀଘ୍ର ଶେଷ କରାଯାଉ : ଅରୁଣ ସାହୁ
ଭୁବନେଶ୍ୱର : ରାଷ୍ଟ୍ରୀୟ ରାଜମାର୍ଗ ୫୫ର କାମ ଦୀର୍ଘ ଦିନ ଧରି ଚାଲିଛି ଓ ରାସ୍ତାଟି ମରଣ ଯନ୍ତାରେ ପରିଣତ ହୋଇଛି । ତେଣୁ ଏହି ଜାତୀୟ ରାଜପଥର କାମକୁ ଶୀଘ୍ର ସାରିବାକୁ ବିଜେଡି ବିଧାୟକ ଅରୁଣ ସାହୁ ବିଧାନସଭାରେ ଦାବି କରିଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ସାହୁ କହିଛନ୍ତି ଯେ ଏହି ରାସ୍ତାଟି ପଶ୍ଟିମ ଓଡିଶା ପାଇଁ ଜୀବନ ରେଖା । ହେଲେ ଦୀର୍ଘ ଦିନ ଧରି ଏହାର କାମ ଚାଲିଛି ଓ କାମ ସରୁ ନାହିଁ । ଲକ୍ଷ ଲକ୍ଷ ଦୈନିକ ହଇରାଣ ହେଉଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପତ୍ର ଲେଖି ସାରିଛନ୍ତି । ତେଣୁ ବିରୋଧୀ ଦଳର ନେତା ମାନେ ଏହି ବିଷୟକୁ କେନ୍ଦ୍ର ସରକାରଙ୍କ ନିକଟରେ ଉଠାନ୍ତୁ । ଏହା ଦ୍ୱାରା ଏହି ଅଂଚଳର ସାଧାରଣ ଲୋକ ମାନେ ଲାଭବାନ ହେବେ ବୋଲି ସେ କହିଛନ୍ତି ।
