୫% କର୍ମଚାରୀଙ୍କୁ ଛଟେଇ କରିବ ନ୍ୟୁଜ କର୍ପୋରେସନ
ନୂଆଦିଲ୍ଲୀ: ବିଶ୍ୱରେ ମୁଣ୍ଡ ଟେକିଛି ଆର୍ଥିକ ମାନ୍ଦାବସ୍ଥା । ଫଳରେ ଗୁଗଲ, ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ ପରି ବିଶ୍ୱର ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ସେମାନଙ୍କର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରୁଛନ୍ତି । ତେବେ ଏହି କ୍ରମରେ ସାମିଲ ହୋଇଛି ଆଉ ଏକ ବଡ଼ କମ୍ପାନୀ ନ୍ୟୁଜ କର୍ପ । ନ୍ୟୁଜ କର୍ପୋରେସନ ନିଜର ୫% କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡ଼ିଛି ।
ସୂଚନା ଯେ, ନ୍ୟୁଜ୍ କର୍ପୋରେସନ କମ୍ପାନୀ ୧୨୫୦ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିବ । ପ୍ରଫିଟ ଓ ରେଭିନ୍ୟୁରେ ହ୍ରାସ ଅନୁମାନ ପରେ କମ୍ପାନୀ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଫାକ୍ସ କର୍ପ ସହିତ ବିଲୟ ହେବା ଯୋଜନାରେ କମ୍ପାନୀ ୬ ମିଲିୟନ ଅର୍ଥ ଖର୍ଚ୍ଚ କରିଥିଲା । ଗତ ମାସରେ ନ୍ୟୁଜ କର୍ପୋରେସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଫାକ୍ସର ସହ ଅଧ୍ୟକ୍ଷ ଏହି ଯୋଜନାକୁ ବାତିଲ କରିଦେଇଥିଲେ ।
