ଭାରତ ବିପକ୍ଷ ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା
ୱେଲିଂଟନ୍ : ଆସନ୍ତା ୨୫ ତାରିଖ ଠାରୁ କାନପୁରରେ ଭାରତ ଓ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ ଖେଳାଯିବ । ଏଥିନିମନ୍ତେ ନ୍ୟୁଜିଲାଣ୍ଡ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଏବଂ ବୋଲର ତଥା ଅଲରାଉଣ୍ଡର କୋଲିନ ଡି ଗ୍ରାଣ୍ଡହୋମ୍ ଏହି ଗସ୍ତରୁ ନିବୃତ୍ତ ରହିବାକୁ ଘୋଷଣା କରିଛନ୍ତି। କାରଣ ଏହି ୨ ଖେଳାଳି ବାୟୋ-ବବଲରେ ଅଛନ୍ତି। ଏହି ଟିମ୍ରେ ନ୍ୟୁଜିଲାଣ୍ଡ ୫ ଜଣ ସ୍ପିନରଙ୍କୁ ସାମିଲ କରିଛି। ଏମାନେ ହେଲେ ଏଜାଜ ପଟେଲ, ୱିଲ ସୋମରଭିଲେ ଓ ମିଚେଲ ସଣ୍ଟନର, ରଚିନ ରବୀନ୍ଦ୍ର ଓ ଗ୍ନେନ ଫିଲିପ୍ସ। ସୂଚନା ଯେ, ସିରିଜର ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୨୫ରୁ ୨୯ ଯାଏଁ ଖେଳାଯିବ। ସେହିପରି ୨ୟ ତଥା ଶେଷ ଟେଷ୍ଟ ମୁମ୍ବାଇରେ ଡିସେମ୍ବର ୩ରୁ ଆରମ୍ଭ ହେବ।
ନ୍ୟୁଜିଲାଣ୍ଡ ଟିମ୍: କେନ୍ ୱିଲିୟମ୍ସନ୍ (ଅଧିନାୟକ), ଟମ୍ ବ୍ଲଣ୍ଡନ (ୱିକେଟକିପର), ଡେୱେନ କନୱେ, କାଇଲ ଜେମିସନ୍, ଟମ ଲାଥାମ, ହେନରୀ ନିକୋଲ୍ସ, ଏଜାଜ ପଟେଲ, ଗ୍ନେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଚେଲ ସଣ୍ଟନର, ୱିଲ ସୋମରୱିଲେ, ଟିମ୍ ସାଉଦୀ, ରସ ଟେଲର, ୱଲ ୟଙ୍ଗ, ନୀଲ ୱାଗନର ।
