ନୂଆ ଭ୍ୟାରିଏଣ୍ଟ ଓମିକ୍ରନ : ମାତ୍ରାଧିକ ଚିନ୍ତିତ ନହେବା ପାଇଁ ଆଇସିଏମଆରର ପରାମର୍ଶ
ନୂଆଦିଲ୍ଲୀ : କେତେକ ଦେଶରେ ଓମିକ୍ରନକୁ ନେଇ ଉଦବେଗ ପ୍ରକାଶ ପାଇବା ସହ ଚିନ୍ତା ବଢୁଥିବାବେଳେ ଆଶ୍ବସ୍ତିକର ପରାମର୍ଶ ଦେଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ । ନୂଆ ଭ୍ୟାରିଏଣ୍ଟ (ଓମିକ୍ରନ)କୁ ନେଇ ମାତ୍ରାଧିକ ଭୟଭୀତ ହେବାର ଆବଶ୍ୟକତା ନଥିବାବେଳେ କୋଭିଡ କଟକଣା ପାଳନ କରିବା ଓ ଟୀକାକରଣରେ ସାମାନ୍ୟ ବିଳମ୍ବ ନ କରିବା ପାଇଁ ଆଇସିଏମଆର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ନୂଆ ପ୍ରଜାତିର ଭାଇରସକୁ ନେଇ କିଛି ବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ । ତେଣୁ ଆମକୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ଆଇସିଏମଆର ଏପିଡେମୋଲୋଜି ଆଣ୍ଡ କମ୍ୟୁନିକେବଲ୍ ରୋଗ ବିଭାଗ ମୁଖ୍ୟ ସମୀରନ ପଣ୍ଡା ସୂଚନା ଦେଇଛନ୍ତି ।
ଡାକ୍ତର ପଣ୍ଡାଙ୍କ ଅନୁଯାୟୀ,ବର୍ତ୍ତମାନ ସମୟରେ ପ୍ରତିଷେଧକ ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆମକୁ ତୁରନ୍ତ ଟୀକାକରଣ ଡ୍ରାଇଭରେ ଜୋର ଦେବାକୁ ପଡିବ । ଯଦି ଅଧିକ ସଂଖ୍ୟକ ଲୋକ ଦୁଇଟି ଡୋଜ ଟିକା ଅଭିଯାନ ସହ ଯୋଡି ହୋଇପାରିଲେ, ତେବେ ଏହା ଏକ ଜନସ୍ବାସ୍ଥ୍ୟ ପଦକ୍ଷେପ ହେବା ସଂକ୍ରମଣ ଆଶଙ୍କାକୁ ଯଥେଷ୍ଟ ହ୍ରାସ କରିପାରେ ବୋଲି କହିଛନ୍ତି ଡାକ୍ତର ପଣ୍ଡା । ସେହିପରି ବର୍ତ୍ତମାନ ସ୍ଥିତିରେ କୋଭିଡ ପ୍ରୋଟକଲ କଡାକଡି ଅନୁପାଳନ କରିବା ମାସ୍କର ଉପଯୁକ୍ତ ବ୍ୟବହାର, ଜନସମାବେଶରୁ ଦୂରେଇ ରହିବା ଏବଂ ହାତ ସଫା ରଖିବା ପରି ଛୋଟ ଛୋଟ କୋଭିଡ ପ୍ରୋଟୋକଲକୁ ଗୁରୁତ୍ବ ଦେବା ହିଁ ବର୍ତ୍ତମାନ ସମୟର ଗୁରୁତ୍ବପୂର୍ଣ୍ଣ ଆହ୍ବାନ ବୋଲି ସେ ମତ ଦେଇଛନ୍ତି ।
