କରୋନାର ନୂଆ ପ୍ରଜାତି ବି.୧.୧.୫୨୯ ଚିହ୍ନଟ : ଏହାର ସଂକ୍ରମଣ କ୍ଷମତା ଅତି ମାରାତ୍ମକ
ନୂଆଦିଲ୍ଲୀ : ଡେଲ୍ଟା ଠାରୁ ଆଉ ଏକ ଭୟଙ୍କର ପ୍ରଜାତି ଚିହ୍ନଟ ହୋଇଛି। କରୋନାର ଏହି ନୂଆ ପ୍ରଜାତି ହେଉଛି ବି.୧.୧.୫୨୯। ଏହା ୩୫ ଥର ରୂପାନ୍ତରଣ ହେଉଛି। ଏହି ପ୍ରଜାତି ଦ୍ବାରା ସଂକ୍ରମଣ ଅତ୍ୟନ୍ତ ଦ୍ରୁତ ଗତିରେ ବ୍ୟାପୁଛି। ଏହା ଅତ୍ୟନ୍ତ ଚିନ୍ତାର କାରଣ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ପ୍ରଜାତି ପ୍ରଥମେ ନଭେମ୍ବର ୧୧ ତାରିଖରେ ବୋସ୍ତୱାନାରେ ଚିହ୍ନଟ ହୋଇଛି।
ଏହି ପ୍ରଜାତି ଦକ୍ଷିଣ ଆଫ୍ରିକା, ହଂକଂ ଏବଂ ଚୀନ୍ରେ ଚିହ୍ନଟ ହୋଇଥିବାରୁ ଏହାର ସଂକ୍ରମଣ କ୍ଷମତା ଅତି ମାରାତ୍ମକ ବୋଲି କୁହାଯାଇଛି। ଉପରୋକ୍ତ ରାଷ୍ଟ୍ରମାନଙ୍କରେ ବି.୧.୧.୫୨୯ ପ୍ରଜାତିର ୩୨ ମାମଲା ଚିହ୍ନଟ ହୋଇଛି। ଏହି ନୂଆ ପ୍ରଜାତିକୁ ‘ନୁ’ କୁହାଯାଉଛି। ଦକ୍ଷିଣ ଆଫ୍ରିକାରେ ୨୭ ଏବଂ ହଂକଂରେ ୩ଟି ମାମଲା ଚିହ୍ନଟ ହୋଇଛି।
