ଫିଲ୍ମ ‘ଆଇବି ୭୧’ ର ନୂଆ ପ୍ରୋମୋ ରିଲିଜ
ମୁମ୍ଵାଇ : ବଲିଉଡ ଅଭିନେତା ତଥା ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଇବି ୭୧’ ର ନୂଆ ପ୍ରୋମୋ ରିଲିଜ ହୋଇଛି। ସଙ୍କଳ୍ପ ରେଡ୍ଡୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଇବି ୭୧’ ଭାରତୀୟ ଗୁପ୍ତଚର ଏଜେନ୍ସି ଏବଂ ପାକିସ୍ଥାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଘେରିବାକୁ ଯାଉଛି। ବିଦ୍ୟୁତଙ୍କ ପ୍ରଶଂସକଙ୍କ ପାଇଁ ଏହି ଚଳଚ୍ଚିତ୍ରର ନୂଆ ପ୍ରୋମୋ ମଧ୍ୟ ମୁକ୍ତିଲାଭ କରିଛି। ଫିଲ୍ମରେ ବିଦ୍ୟୁତ ଜାମୱାଲ ଜଣେ ଅଣ୍ଡରୱାଲ୍ଡ ଏଜେଣ୍ଟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।
ଏନେଇ ବିଦ୍ୟୁତ କହିଛନ୍ତି, “ଏହି ସ୍ୱତନ୍ତ୍ର ପ୍ରୋମୋ ସହିତ ଆମେ ଦେଖାଇବାକୁ ଚାହୁଁଥିଲୁ ଯେ ଇଣ୍ଟେଲିଜେନ୍ସ ବ୍ୟୁରୋ ଯାହା ହେଉନା କାହିଁକି ସବୁବେଳେ ସଜାଗ ରହିଥାଏ। ଜଣେ ଗୁପ୍ତଚରଙ୍କ ପାଇଁ ଏହା କେବଳ ଶାରୀରିକ ଶକ୍ତି ବିଷୟରେ ନୁହେଁ ବରଂ ଏକ ତୀକ୍ଷ୍ଣ ମନ ଏବଂ ଶତ୍ରୁର ପ୍ରତ୍ୟେକ ପଦକ୍ଷେପକୁ ଅନୁମାନ କରିବାର କ୍ଷମତା । ‘ଆଇବି ୭୧’ ହେଉଛି ଏକ ଚଳଚ୍ଚିତ୍ର ଯାହା ଆପଣଙ୍କୁ ଭାରତର ଇଣ୍ଟେଲିଜେନ୍ସ ବ୍ୟୁରୋର ରୋମାଞ୍ଚକର ଦୁନିଆର ଝଲକ ଦେବ।
ମିଡିଆ ରିପୋର୍ଟ ଅନୁଯାୟୀ ବିଦ୍ୟୁତ ଜାମୱାଲ ତାଙ୍କ ପ୍ରଡକ୍ସନ୍ ହାଉସ୍ ଆକ୍ସନ୍ ହିରୋ ବ୍ୟାନରରେ ଆଇବି ୭୧ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି। ଏହା ବ୍ୟତୀତ ଟି-ସିରିଜ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଅବ୍ବାସ ସୟିଦ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ଆଦିତ୍ୟ ଶାସ୍ତ୍ରୀ ଲେଖିଛନ୍ତି। ଏହି ଫିଲ୍ମ ୧୨ ମଇ ୨୦୨୩ରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।
