ସେପ୍ଟେମ୍ବର ୫ ସୁଦ୍ଧା ଚୂଡାନ୍ତ ହେବ ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ
Britain's Prime Minister Boris Johnson leaves Downing Street to head for the House of Commons as parliament discusses Brexit, sitting on a Saturday for the first time since the 1982 Falklands War, in London, Britain, October 19, 2019. REUTERS/Tom Nicholson NO RESALES. NO ARCHIVES.
ନୂଆଦିଲ୍ଲୀ : ବ୍ରିଟେନ୍ର ଶାସକ କଞ୍ଜରଭେଟିଭ ପାର୍ଟି କହିଛି ଯେ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସ୍ଥାନରେ ଜଣେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବା ପ୍ରକ୍ରିୟା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶେଷ ହେବ। ପ୍ରଧାନମନ୍ତ୍ରୀ ପଦ ପାଇଁ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ଗଣମାଧ୍ୟମରୁ ଜଣାପଡ଼ିଛି। ଏଥିପାଇଁ ମତଦାନ ପ୍ରକ୍ରିୟା ଚଳିତ ସପ୍ତାହରୁ ଆରମ୍ଭ ହେବ। ଜଣେ ପ୍ରାର୍ଥୀଙ୍କ ପ୍ରତି ଅତି କମରେ ୨୦ଜଣ ସାଂସଦଙ୍କ ସମର୍ଥନ ଥିଲେ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ବିବେଚିତ ହେବେ। ଯଦି କୌଣସି ପ୍ରାର୍ଥୀ ୩୦ଜଣରୁ କମ୍ ସାଂସଦଙ୍କ ସମର୍ଥନ ଲାଭ ନକରନ୍ତି ତେବେ ପ୍ରଥମ ମତଦାନରେ ସେ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍ ପଡ଼ିବେ।
କଞ୍ଜରଭେଟିଭ୍ ପାର୍ଟିର ନୂଆ ନେତା ଦୁଇ ପର୍ଯ୍ୟାୟ ନିର୍ବାଚନରେ ମନୋନୀତ ହେବେ। ୩୫୮ଜଣ କଞ୍ଜରଭେଟିଭ ସାଂସଦ ଯୋଗ୍ୟତା ପର୍ଯ୍ୟାୟ ମତଦାନ ମାଧ୍ୟମରେ ୨ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିବେ। ଯେଉଁ ପ୍ରାର୍ଥୀ ୩୦ରୁ କମ୍ ଭୋଟ୍ ପାଇବେ ପ୍ରତ୍ୟେକ ପର୍ଯ୍ୟାୟରେ ସେ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍ ପଡ଼ିବେ। ଶେଷରେ ୨ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡାନ୍ତ ପ୍ରତିଦ୍ୱନ୍ଦ୍ୱିତା ହେବ। ପାର୍ଟିର ସଦସ୍ୟମାନେ ସେମାନଙ୍କ ପାଇଁ ମତଦାନ କରିବେ।
ବ୍ରିଟେନ ସଂସଦୀୟ ବ୍ୟବସ୍ଥା ଅନୁସାରେ କୌଣସି ନିର୍ବାଚନ ବିନା ବୋରିସ୍ ଜନସନଙ୍କ ସ୍ଥାନରେ ସ୍ୱେଚ୍ଛାକୃତ ଉପାୟରେ ଜଣେ ନେତା ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବେ। କଞ୍ଜରଭେଟିଭ ନେତୃତ୍ୱ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଗତ ସପ୍ତାହରୁ ଆରମ୍ଭ ହୋଇଛି। ବୋରିସ୍ ଜନସନ ଗତ ସପ୍ତାହରେ ପଦରୁ ଇସ୍ତଫା ଦେଇଥିଲେ।
