କୋଭିଡ୍ ମୁକାବିଲା ପାଇଁ ନୂଆ ଯୋଜନା : ସହରକୁ ଜଗିବ କଟକସିଲ୍ଡ୍ ୱେବ୍-ଆପ୍
କଟକ : କୋଭିଡ୍ର ସମ୍ପୂର୍ଣ୍ଣ ସ୍ଥିତି ନେଇ ସମସ୍ତ ସୂଚନା ପାଇବେ। କେଉ ଅଞ୍ଚଳରେ କେତେ ଆକ୍ରାନ୍ତ ରହିଛନ୍ତି ତାହା ବି ଜାଣିପାରିବେ। କୋଭିଡ ଆକ୍ରାନ୍ତଙ୍କ ବିଷୟରେ ସମସ୍ତ ତଥ୍ୟ ମିଳିବ। ଆକ୍ରାନ୍ତଙ୍କ ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜାଣିପାରିବେ। ଏହାସହିତ ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତ ଜରୁରୀକାଳୀନ ସେବା ମଧ୍ୟ ପାଇପାରିବେ।
ଏନେଇ ସିଏମସି ଦ୍ୱାରା ପ୍ରସ୍ତୁତ କରାଯାଇଛି କଟକସିଲ୍ଡ୍ ୱେବ୍-ଆପ୍। ଯେଉଁ ଆପ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ମାତ୍ର ସହରରେ ଏବେ ବି ଅନେକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ୯୦ ପ୍ରତିଶତ ଆକ୍ରାନ୍ତ ହୋମ ଆଇସୋଲେସନରେ ରହି ଚିକିତ୍ସା ମଧ୍ୟ ହେଉଛନ୍ତି। ସେମାନଙ୍କୁ ଉନ୍ନତ ସେବା ସହିତ ସ୍ଥିତି ସମ୍ପର୍କରେ ଅପଡେଟ୍ ରହିବା ପାଇଁ କଟକ ମହାନଗର ନିଗମ ଦ୍ୱାରା କଟକସିଲ୍ଡ୍ ନାମକ ଏକ ୱେବ୍-ଆପ୍ ପ୍ରସ୍ତୁତ କରାଯାଇଛି। ଯାହା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।
