ମହାବୀର ବଣିକ ମହାସଂଘ,ଦଶପଲ୍ଲାର ନୂତନ ଗ୍ରୁହ ଉଦଘାଟିତ
ଦଶପଲ୍ଲା : ଦଶପଲ୍ଲା ଏନଏସି ଅନ୍ତର୍ଗତ ହନୁମାନ ବଜାର୍ ଠାରେ ଶନିବାର ଦିନ ମହାବୀର ବଣିକ ମହାସଂଘର ନୂତନ ଗ୍ରୁହ ଉଦଘାଟିତ ହୋଇଛି। ବିଧାୟକ ରମେଶଚନ୍ଦ୍ର ବେହେରା ମୁଖ୍ଯ ଅତିଥି ରୂପେ ଯୋଗଦେଇ ଗ୍ରୁହ ଉଦଘାଟନ କରିଥିଲେ। ମହାସଂଘର ସଭାପତି ଅଲେଖ ସାହୁଂକ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ , ତହସିଲଦାର ଶ୍ରୀକୁମାର ରଥଂକ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଓ ମହାସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।
