ତୁଳସୀ କଲଚରାଲ ଆସୋସିଏଶନ ର ନୂତନ କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ସାଂସ୍କୃତି ନାଟ୍ୟ ସଂଗଠନ ତୁଳସୀ କଲଚରାଲ ଆସୋସିଏଶନ ର ନୂତନ କାର୍ଯ୍ୟକାରିଣୀ ବୈଠକ ଇଛାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଛି । ସମସ୍ତ ପୂର୍ବତନ କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ନୂତନ କମିଟି ଗଠନ କରାଯାଇଛି । ଔପନ୍ୟାସିକ ଡ଼ଃ ରାମଚନ୍ଦ୍ର ବେହେରାଙ୍କୁ ସମ୍ବର୍ନ୍ଧିତ କରାଯାଇ ସଭାପତି ପଦରେ ଅଳଙ୍କୃତ କରା ଯାଇଥଲା । ଉପ ସଭାପତି ଭାବେ ରବିନ୍ଦ୍ର ନାଥ ରଥ, ସଂପାଦକ ଭାବେ କୈଳାସ ଚନ୍ଦ୍ର ମହାନ୍ତି, ସହ ସଂପାଦକ ଭାବେ ନିରଞ୍ଜନ ଦାସ, ପ୍ରମୁଖଙ୍କୁ ଚୟନ କରାଯାଇଛି । ଏଥି ସହ କାର୍ଯ୍ୟକାରୀ କର୍ମକର୍ତା ପଦବୀରେ ଐଶ୍ୱର୍ଯ୍ୟ ରଞ୍ଜନ ଜେନା, ମହେନ୍ଦ୍ର ସୁଆରକୁ ମିଡିଆ ସେଲ କମିଟିରେ ରଖାଯାଇଛି । ସାନ୍ତନୁ କୁମାର ମଲିକ, ପ୍ରତୀକ ଅନୁରାଗ ଦାସ ଓ ଗୈାତମ ସାହୁଙ୍କୁ ଚୟନ କରାଯାଇ ଥିଲା । ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିବା ଜଣାପଡିଛି ।
