ରାଜ୍ୟରେ ନୂଆ କରୋନା ଗାଇଡ୍ଲାଇନ୍! ରାତି ୯ରୁ ନାଇଟ କର୍ଫ୍ୟୁ, ସ୍କୁଲ ବନ୍ଦ
ଭୁବନେଶ୍ୱର : ରାଜ୍ୟରେ ବଢିଲା କରୋନା ପ୍ରକୋପ। ଫଳରେ ଓଡିଶାକୁ ପୁଣି ଥରେ ଫେରିଲା ନାଇଟ୍ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଜାନୁଆରୀ ୭ରୁ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହୋଇ ଫେବୃଆରୀ ୧ ଯାଏଁ ବଳବତ୍ତର ରହିବ। କରୋନାର ନୂତନ ଭାରିଆଣ୍ଟ ଓମିକ୍ରନର ପ୍ରଭାବକୁ ଦୃଷ୍ଟିରେ ରଖି ଦ୍ଵାଦଶ ପର୍ଯ୍ୟନ୍ତ ସ୍କୁଲ-କଲେଜ୍ ବନ୍ଦ ରଖାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଜାରି ରହିବ। ସିନେମା ହଲ ୫୦ ପ୍ରତିଶତରେ ଚାଲିବ। କରୋନା ସଂପର୍କିତ ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଆସନ୍ତୁ କଣ ରହିଛି ନୂତନ ଗାଇଡ୍ଲାଇନ୍ରେ।
ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁହେବ ନାଇଟ୍ କର୍ଫ୍ୟୁ । ଏହା ସହିତ ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍ ପାଠପଢା । ଦ୍ବାଦଶ ଶ୍ରେଣୀ ଯାଏଁ ଜାରି ରହିଥିବା କ୍ଲାସ୍ ରୁମ୍ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍ରେ ପାଠପଢା ଜାରି ରହିବ । ଏସ୍ଆର୍ସି ଜାରି କରିଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ ।
ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେବ । ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ । ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । ତେବେ କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢା ଚାଲୁ ରହିବ । ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ । ଏହା ସହ ହାଟ ବଜାରରେ ଭିଡ଼ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି । ଭିଡ଼ ହେଲେ ମଲ,ଦୋକାନ ମାଲିକ ଦାୟୀ ରହିବେ । ଏବଂ ଏଥିପାଇଁ ୭ ଦିନ ଯାଏ ଏଗୁଡିକୁ ବନ୍ଦ କରିଦିଆଯିବ । ରାଜନୈତିକ, ଶୈକ୍ଷିକ ସମାବେଶରେ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ । ବିବାହ ଆଦି କାର୍ଯ୍ୟକ୍ରମରେ ୧୦୦ ଲୋକ ସାମିଲ ହୋଇପାରିବେ । ବିବାହ ପ୍ରସେସନରେ ସର୍ବାଧିକ ୩୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ । ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦ ପ୍ରତିଶତ କ୍ଷମତାକୁ ଅନୁମତି ମିଳିଛି । ପର୍ଯ୍ୟଟନ ସ୍ଥାନରେ ପିକନିକ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି । ଏହାସହ ସ୍କୁଲ, କଲେଜ ପିକନିକ, ଏସକର୍ସନ ସମ୍ପୂର୍ଣ୍ଣଭାବେ ବାରଣ ହୋଇଛି । ଅନ୍ୟପଟେ ହୋଟେଲ, ବାର ରାତି ୯ଟା ଯାଏ ଖୋଲା ରହିବା ସହ ୫୦% କ୍ଷମତାରେ ଚାଲିବ । ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିହେବ ଏବଂ ଏଥିରେ ସର୍ବାଧିକ ୫ ଜଣ ଗ୍ରାହକ ରହିବା ପାଇ ଅନୁମତି ରହିଛି ।
ଜାଣନ୍ତୁ କଣ ଖୋଲା ଓ କଣ ବନ୍ଦ :
– ରାଜ୍ୟର ସମସ୍ତ ସହରାଞ୍ଚଳରେ ଜାନୁଆରୀ ୭ରୁ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍କର୍ଫ୍ୟୁ ଲାଗୁ ହେବ। ଏହା ଫେବୃଆରୀ ୧ ତାରିଖ ଯାଏଁ ବଳବତ୍ତର ରହିବ ।
– ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍ ପାଠପଢା । ଦ୍ବାଦଶ ଶ୍ରେଣୀ ଯାଏଁ ଜାରି ରହିଥିବା କ୍ଲାସ୍ ରୁମ୍ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍ରେ ପାଠପଢା ଜାରି ରହିବ । ଚାଲୁ ରହିବ ମାଟ୍ରିକ୍ ସମେଟିଭ୍ ପରୀକ୍ଷା ।
– ନୂଆ ଗାଇଡଲାଇନ୍ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଓ୍ଵାର୍କ ଫ୍ରମ ହୋମ୍ ପ୍ରତି ଗୁରୁତ୍ଵାରୋପ କରିବାକୁ ଏସଆରସି କହିଛନ୍ତି।
– ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ । ଅନ୍ତୋଷ୍ଟି କ୍ରିୟାରେ ୫୦ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇପାରିବେ ନାହିଁ । ବାହାଘର ଶୋଭା ଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି। ବାହାଘର ଏବଂ ରିପେସନ ଛଡା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ। ବାହାଘରରେ ହଳଦୀ ଏବଂ ମେହେନ୍ଦି ପରି କାର୍ଯ୍ୟକ୍ରମ ମନା।
– ରାଜ୍ୟରେ ହାଟ, ଦୋକାନ ବଜାରରେ ଥିବା ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ ନିୟମ ପାଳନ ନକଲେ ଦୋକାନକୁ ୭ ଦିନ ପାଇଁ ସିଲ୍ କରାଯିବ ।
– ରାଜ୍ୟରେ ପିକ୍ନିକ୍ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । କୌଣସି ଶିକ୍ଷାନୁଷ୍ଠାନ ପିକ୍ନିକ୍ କିମ୍ବା ଏନକରସନ୍ କରିପାରିବେ ନାହିଁ।
– କୌଣସି ହୋଟେଲ, ମଲ୍, କନଭେନସନ୍ ସେଣ୍ଟର ଏବଂ କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ।
– ଧାର୍ମିକ ପୀଠମାନଙ୍କରେ କେବଳ ନୀତିକାନ୍ତି କରାଯିବ। କୌଣସି ଗହଳି କରାଯିବ ନାହିଁ । ଏ ନେଇ ସ୍ଥାନୀୟ ପ୍ରଶାସନ ଆଲର୍ଟ ରହିବ ।
– ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପବ୍ମାନଙ୍କରେ ପୂର୍ବରୁ ଶତ ପ୍ରତିଶତ ଲୋକ ବସୁଥିଲେ । କିନ୍ତୁ ଏବେ ତାହା ୫୦ ପ୍ରତିଶତରେ ଚାଲୁରହିବ ।
– ରାସ୍ତା ଘାଟରେ ଷ୍ଟ୍ରିଟ୍ ଭେଣ୍ଡରମାନେ ରାତି ୯ଟା ଯାଏଁ ନିଜର ବ୍ୟବସାୟ କରିପାରିବେ । ଏହା ସହିତ ସେମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ କହିବେ।
– ପ୍ଲବିକ୍ ଟ୍ରାନ୍ସପୋର୍ଟ ଯେପରିକି, ବସ୍, କାର୍, ଟ୍ୟାକ୍ସିମାନଙ୍କରେ ଯାତ୍ରା କରିବାବେଳେ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦେବେ ।
– ଯାତ୍ରା ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତା ପାଳନ କରିବାକୁ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି
– ଆସନ୍ତାକାଲି ଠାରୁ ସିନେମା ହଲ, ଥିଏଟରଗୁଡିକ ୫୦ ପ୍ରତିଶତ ଦର୍ଶକରେ ଚାଲି ପାରିବ । ଅଫ୍ଲାଇନ୍ ଟିକେଟ୍ ଉପଲବ୍ଧ ହେବ ନାହିଁ । ଅନ୍ଲାଇନ୍ ଟିକେଟ କରି ଚଳଚିତ୍ର ଦେଖିବାକୁ ଯାଇପାରିବେ ଦର୍ଶକ ।
– କୌଣସି ସରକାରୀ ମିଟିଂ, ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ରହିପାରିବେ ନାହିଁ । ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ମିଟିଂ କିମ୍ବା ଟ୍ରେନିଂ କରିପାରିବେ ।
– ଘରୋଇ ଅଫିସଗୁଡିକୁ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅପିଲ୍ କରିଛନ୍ତି ରାଜ୍ୟ ସରକାର । ଯଦି ଓ୍ବାର୍କ ଫ୍ରମ୍ ହୋମ୍ ସୁବିଧା ରହୁଛି ତେବେ ତାହା ଉପରେ ଗୁରୁତ୍ବ ଦେବାକୁ ମଧ୍ୟ କୁହାଯାଇଛି ।
– ଆଗାମୀ ଦିନମାନଙ୍କରେ କୋଭିଡ ଆହୁରି ଭୟଙ୍କର ହୁଏ ତେବେ କଟକଣା ଆହୁରି କଠୋର କରିବାକୁ ରାଜ୍ୟ ସରକାର ବାଧ୍ୟ ହେବେ । ତେଣୁ କରୋନା ନିୟମକୁ ମାନି ଯେଉଁ ଅପିଲ କରାଯାଉଛି ତାହା ମାନିବାକୁ ରାଜ୍ୟ ସରକାର ଅପିଲ୍ କରିଛନ୍ତି ।
– ସର୍ବାଧିକ ୫୦ ଜଣଙ୍କୁ ନେଇ ହୋଇ ପାରିବ ଇଣ୍ଡୋର ଓ ଆଉଟ୍ ଡୋର ଫିଲ୍ମ ସୁଟିଂକୁ ଅନୁମତି।
– ସର୍ବାଧିକ ୧୦୦୦ ଜଣଙ୍କୁ ନେଇ ଚାଲିବ ଅପେରା।
