ଉତରାଖଣ୍ଡ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ୧୦ ପ୍ରତିଶତ ପଶ୍ଚିମବଙ୍ଗର
ଡେରାଡୁନ : ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଉତରାଖଣ୍ଡ ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ସବୁଠାରୁ ପସନ୍ଦର ଟୁରିଷ୍ଟ ଡେଷ୍ଟିନେସନ ଅଟେ । ଉତରାଖଣ୍ଡ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମାମଲାରେ ପଶ୍ଚିମବଙ୍ଗ ସର୍ବୋଚ୍ଚ ପାଂଚ ରାଜ୍ୟରେ ସାମିଲ ଅଛି । ଉତରାଖଣ୍ଡ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ମଧ୍ୟରେ ପାଖାପାଖି ୧୦ ପ୍ରତିଶତ ଏହି ରାଜ୍ୟରୁ ଆସନ୍ତି । କୋଲକାତାର ଇଣ୍ଡୋର ଷ୍ଟାଡିୟମରେ ଶୁକ୍ରବାର ଦିନ ତିନି ଦିବସୀୟ ଇଂଟରନେସନାଲ୍ ଟ୍ରାଭେଲ୍ ଆଣ୍ଡ ଟ୍ୟୁରିଜମ୍ ଫେୟାର(ଟଟିଏଫ୍)ର ନେତାଜୀ ଇଣ୍ଡୋର ଷ୍ଟାଡିୟମ କୋଲକାତାରେ ଶୁଭାରମ୍ଭ ହୋଇଥିଲା । ଉତରାଖଣ୍ଡ ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଅପର ନିର୍ଦ୍ଦେଶକ ବିବେକ ସିଂହ ଚୌହାନ ଏଥିରେ ପ୍ରତିଭାଗ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ କରୋନା କାଳରେ ପର୍ଯ୍ୟଟକଙ୍କୁ ସ୍ୱଚ୍ଛ ଏବଂ ସୁରକ୍ଷିତ ବାତାବରଣ ଉପଲବ୍ଧ କରିବା ପାଇଁ ଉତରାଖଣ୍ଡ ସରକାର ହୋମ୍ ଷ୍ଟେ ଯୋଜନା ଉପରେ କାମ କରିଛନ୍ତି । ଯେଉଁଠାରେ ପର୍ଯ୍ୟଟକ ନିଜର ଆରାମଦାୟକ ଛୁଟୀ ବିତାଇବା ସହ ୱାର୍କ ଫ୍ରମ୍ ହୋମ୍ ମଧ୍ୟ କରୁଛନ୍ତି । ବିବେକ ସିଂହ ଚୌହାନ କହିଛନ୍ତି ଯେ ଗତ କିଛି ବର୍ଷରେ ସରକାର ଉତରାଖଣ୍ଡ ପର୍ଯ୍ୟଟନକୁ ବଢ଼ାବା ଦେବାପାଇଁ ଲଗାତାର କାମ କରୁଛି । ଦେଶ ବିଦେଶରୁ ଉତରାଖଣ୍ଡ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ପାଖାପାଖି ୧୦ ପ୍ରତିଶତ ସଂଖ୍ୟା କଲିକତାର ପର୍ଯ୍ୟଟକ ଆସନ୍ତି । ଆଗକୁ ଉତରାଖଣ୍ଡ ଆସିବାକୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦୁଇଗୁଣା କରିବା ପାଇଁ ଉତରାଖଣ୍ଡ ପର୍ଯ୍ୟଟନ ପ୍ରତିବଦ୍ଧ ଅଟେ । ଏହାକୁ ଧ୍ୟାନରେ ରଖି ବିଭାଗ ଇଂଟରନେସନାଲ ଟ୍ରାଭେଲ୍ ଆଣ୍ଡ ଟ୍ୟୁରିଜିମ୍ ଫେୟାର(ଟିଟିଏଫ୍) ଯେପରି ପ୍ରମୁଖ ଟ୍ରାଭେଲ୍ ଇଭେଂଟରେ ବଢ଼ିଚଢ଼ି ଭାଗ ନେବ । କରୋନା ଗାଇଡ୍ ଲାଇନ୍କୁ ଧ୍ୟାନରେ ରଖି ଉତରାଖଣ୍ଡରେ ପର୍ଯ୍ୟଟନ ଗତିବିଧିକୁ ଥରେ ପୁଣି ଆରମ୍ଭ କରାଯାଇଛି । ବିଶ୍ୱାସ ଯେ ପରିସ୍ଥିତି ସାଧାରଣ ହେବାପରେ ପଶ୍ଚିମବଙ୍ଗରୁ ଉତରାଖଣ୍ଡ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ୧୨ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।
