ଦ୍ଵିତୀୟ ସନ୍ତାନର ଦମ୍ପତ୍ତି ହେବେ ନେହା ଓ ଅଙ୍ଗଦ
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ ନିକଟରେ ଦ୍ଵିତୀୟ ସନ୍ତାନର ମା’ ହେବେ ବୋଲି ନିଜ ତରଫରୁ ଘୋଷଣା କରିଛନ୍ତି। କେବଳ ନେହା କାହିଁକି, ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ମଧ୍ୟ ସୋସିଆଲ୍ ମିଡିଆରେ ଦ୍ଵିତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି। ନେହା ଓ ଅଙ୍ଗଦ ସେମାନଙ୍କ ପ୍ରଥମ ଝିଅ ମେହର ସହିତ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଆମେ ଦ୍ଵିତୀୟ ସନ୍ତାନର ଜନକ-ଜନନୀ ହେବାକୁ ଯାଉଛୁ। ଏବେ ନେହା ଗର୍ଭବତୀ ଅଛନ୍ତି।
ଆପଣ ତ ଜାଣନ୍ତି ନେହା ଜଣେ ଜଣାଶୁଣା ଅଭିନେତ୍ରୀ। କ୍ୟା କୁଲ୍ ହୈ ହମ୍, ଗରମ ମସାଲା, ତିସରି ଆଁଖ, ଚୁପ୍କେ ଚୁପ୍କେ, ସୁଟ୍ ଆଉଟ୍ ଲୋଖଣ୍ଡୱାଲା, ହେ ବେବି, କଭି ପ୍ୟାର ନା କରନା, ପେଇଙ୍ଗ ଗେଷ୍ଟ, ରାତ ଗୟି ବାତ ଗୟି, ସାନ୍ତାବାନ୍ତା ପ୍ରାଇଭେଟ୍ ଲିମିଟେଡ୍, ହିନ୍ଦୀ ମିଡିୟମ୍, ଲଷ୍ଟ ଷ୍ଟୋରିଜ୍ ଭଳି ସିନେମାରେ ଅଭିନୟ କରି ସେ ବେଶ୍ ଚର୍ଚ୍ଚିତ ହେଇଛନ୍ତି। ସେମିତି ଅଙ୍ଗଦ ବି ବଲିଉଡ୍ ଅଭିନେତା। ସେ କାୟା ତରାନ, ଫାଲତୁ, ରଙ୍ଗିଲେ, ଉଙ୍ଗଲି, ପିଙ୍କ, ଡିୟର ଜିନ୍ଦେଗୀ, ଟାଇଗର ଜିନ୍ଦା ହୈ, ସୁରମା, ଦ ଜୟା ଫ୍ୟାକ୍ଟର, ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ ଆଦିରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
