ଏନ୍ସିବିର ଡିଜି ହେଲେ ଓଡ଼ିଆ ପୁଅ ସତ୍ୟ ନାରୟଣ ପ୍ରଧାନ
ନୂଆଦିଲ୍ଲୀ : ଓଡ଼ିଆ ପୁଅ ତଥା ଓଡ଼ିଆ ଭାରତୀୟ ପୋଲିସ୍ ସେବା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ଉପରେ ପୁଣିଥରେ ଭରସା କରି କେନ୍ଦ୍ର ସରକାର ତାଙ୍କୁ ଏକ ବଡ଼ ଦ୍ୱାୟିତ୍ୱ ପ୍ରଦାନ କରିଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି )ର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି ।
ନିକଟରେ ଦିଲ୍ଲୀର କମିଶନର୍ ପଦରେ ଅବସ୍ଥାନ ହୋଇଥିବା ରାକେଶ ଆସ୍ଥାନାଙ୍କ ପରେ ସେ ଏହା ଭାର ସମ୍ଭାଳିବେ । ଗୁରୁବାର ତାଙ୍କ ଠାରୁ ଶ୍ରୀ ପ୍ରଧାନ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ ବା ଏନ୍ଡିଆର୍ଏଫ୍ର ନିର୍ଦ୍ଦେଶକ ଅଛନ୍ତି । ସେ ୧୯୮୮ ବ୍ୟାଚ୍ର ଝାଡ଼ଖଣ୍ଡ କ୍ୟାଡର୍ର ଓଡ଼ିଆ ଆଇପିଏସ୍ ।
