ଯୁବକମାନେ ହେଉଛନ୍ତି ଭାରତର ପ୍ରକୃତ ଶକ୍ତି : ପ୍ରଧାନମନ୍ତ୍ରୀ
ଏନସିସି ରାଲି-୨୦୨୨ର ଉଦ୍ଯାପନୀ ସମାରୋହ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଆୟୋଜିତ ଏନସିସି ରାଲି -୨୦୨୨ର ଉଦଯାପନୀ ସମାରୋହରେ ଉଦବୋଧନ ଦେଇ ଦେଶର ଯୁବକମାନଙ୍କ ଉପରେ ଗୁରୁ ଦାୟିତ୍ୱ ରହିଛି ବୋଲି କହିଛନ୍ତି । ଯୁବ ଶକ୍ତି ହେଉଛି, ଭାରତର ଶକ୍ତି । ଦେଶକୁ ବିକାଶ ପଥରେ ଆଗେଇ ନେବାରେ ସେମାନଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ରାଷ୍ଟ୍ର ପ୍ରଥମ, ଏହି ଲକ୍ଷ୍ୟ ନେଇ ଅଗ୍ରସର ହେଉଥିବା ଯୁବକମାନଙ୍କୁ କେହି କେବେ ଲକ୍ଷ୍ୟ ପଥରୁ ବିଚ୍ୟୁତ କରି ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ‘ମୁଁ ଗର୍ବିତ ଯେ ମୁଁ ମଧ୍ୟ ଏନସିସିର ଜଣେ ସକ୍ରିୟ ସଦସ୍ୟ ଥିଲି । ଏନସିସିକୁ ସୁଦୃଢ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହି ସମାବେଶରେ ବହୁ ସଂଖ୍ୟକ ବାଳିକା କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ, ଯାହା ଭାରତ ଆଜି ଦେଖୁଛି । ମୁଁ ଏନସିସିରେ ପାଇଥିବା ତାଲିମ, ଯାହା ମୁଁ ଶିଖିବାକୁ ପାଇଲି, ଆଜି ଦେଶ ପ୍ରତି ମୋର ଦାୟିତ୍ୱ ତୁଲାଇବାରେ ମୁଁ ଅପାର ଶକ୍ତି ପାଇଛି । ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନର ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଏନସିସିରର ଏହି ବାର୍ଷିକ ପ୍ୟାରେଡ୍ ପ୍ରତିବର୍ଷ ଜାନୁଆରୀ ୨୮ରେ ଶେଷ ହୋଇଥାଏ । ଦିଲ୍ଲୀର କାରିଆପ୍ପା ପରେଡ ଗ୍ରାଉଣ୍ଡରେ ପରେଡ ଅନୁଷ୍ଠିତ ହୋଇଥିଲା । ଏହି ଦିନ ଏନସିସିର ଗଣତନ୍ତ୍ର ଦିବସ ଶିବିରର ସମାପନ ସମାରୋହ ଅନୁଷ୍ଠିତ ହୁଏ ।
ଅନ୍ୟପକ୍ଷରେ ଦିଲ୍ଲୀର କ୍ୟାରିଆପ୍ପା ଗ୍ରାଉଣ୍ଡ୍ରେ ଶୁକ୍ରବାର ଆୟୋଜିତ ‘ନ୍ୟାସ୍ନାଲ୍ କ୍ୟାଡେଟ୍ କର୍ପସ୍’ (ଏନ୍ସିସି) ରାଲିରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖ୍ କ୍ୟାଡେଟ୍ ପଗଡ଼ି ପିନ୍ଧିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ‘ଏନ୍ସିସି’ କଂଟିଜେଂଟ୍ ମାନଙ୍କ ଗାର୍ଡ ଅଫ୍ ଅନର୍ ନିରୀକ୍ଷଣ କରିବା ସହ ଏବଂ ମାର୍ଚ ପାଷ୍ଟ୍ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ସର୍ବୋତମ କ୍ୟାଡେଟ୍ଙ୍କୁ ମେଡାଲ୍ ଏବଂ ବେଟନ୍ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରୁ ଉତୋଳିତ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ୍ ରଙ୍ଗର ପର ଲାଗିଥିବା ରାଇଫଲ୍-ସବୁଜ ରଙ୍ଗର ପଗଡ଼ି ପରିଧାନ କରିଥିଲେ । କ୍ୟାଡେଟ୍ ମାନଙ୍କ ପ୍ରତି ସମ୍ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ, ମୁଁ ଗର୍ବିତ ଯେ, ମୁଁ ବି ‘ଏନ୍ସିସି’ର ସକ୍ରିୟ ସଦସ୍ୟ ଥିଲି । ‘ଏନ୍ସିସି’କୁ ସୁଦୃଢ଼ କରିବା ଲାଗି ଆମ ସରକାର କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛି । ଏହି ରାଲିରେ ବହୁସଂଖ୍ୟକ ଝିଅ କ୍ୟାଡେଟ୍ ଅଂଶ ଗ୍ରହଣ କରିଛନ୍ତି ।
