ମନି ଲଣ୍ଡରିଂ ମାମଲାରେ ନୱାବଙ୍କ ଜାମିନ ଖାରଜ
ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ନୱାବ ମଲିକଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ । ସେପଟେ ଜାମିନ ପାଇଁ ସେ ‘ଟ୍ରାଏଲ୍ କୋର୍ଟ’ରେ ଆବେଦନ କରନ୍ତୁ ବୋଲି ସୁପ୍ରିମ୍ କୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏନ୍ସିପି ନେତା ନୱାବ ମଲ୍ଲିକଙ୍କ ଜାମିନ ଖାରଜ କରିଛନ୍ତି । ବେଆଇନ ଅର୍ଥ କରିବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୱାବଙ୍କୁ ଗତ ଫେବ୍ରୁଆରୀରେ ଗିରଫ କରିଥିଲା। ପୂର୍ବରୁ ବମ୍ବେ ହାଇକୋର୍ଟରେ ମଧ୍ୟ ନୱାବଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ।
ବର୍ତ୍ତମାନ ସମୟରେ ଜାମିନ ଦେଲେ ତଦନ୍ତ ପ୍ରଭାବିତ ହୋଇପାରେ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଜାମିନ ଖାରଜ କରିଛନ୍ତି । ନୱାବ ଅଣ୍ଡର ୱାଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ପରିବାର ସଦସ୍ୟଙ୍କଠାରୁ ଜମି କିଣି ପରୋକ୍ଷ ଭାବ ଟେରର୍ ଫଣ୍ଟିଂ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬୨ ବର୍ଷୀୟ ନୱାବକୁ ଗିରଫ କରିଛି । ନୱାବ ମଲିକଙ୍କ ବିରୋଧରେ ୫୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଇଡି ।
